ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବରୀ: ରାଉରକେଲାରୁ ଚୋରି ହୋଇଥିବା ଏକ ସ୍କୁଟି କିଣାବିକା ମାମଲାରେ ବରୀ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ପଲ୍ଲୀ ଜିଲ୍ଲା ରୁଗୁଡ଼ା ଅଞ୍ଚଳର ଗେଭରାମ ପାୱାରଙ୍କ ପୁଅ ରମେଶ ଓ ବରୀ ଥାନା ଅନ୍ତର୍ଗତ ରମ୍ପା ପଞ୍ଚାୟତ ପଘିରା ଗ୍ରାମର ଗୁନ ଜେନା। ବରୀ ବଜାରରେ ରାଜସ୍ଥାନୀ ଜିଲାପି ଓ ପକୁଡ଼ି ବିକ୍ରି କରୁଥିବା ରମେଶ ଠାରୁ ଗୁନ ଏହି ହୋଣ୍ଡା ଆକ୍ଟିଭା ନମ୍ବର ଓଡି-୧୪-୯୯୨୬କୁ ମାତ୍ର ୧୩ ହଜାର ଟଙ୍କାରେ କିଣିଥିଲା। ଗତବର୍ଷ ଏପ୍ରିଲ ମାସରେ ଏହି ହୋଣ୍ଟା ଆକ୍ଟିଭା ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା ସହ ମାମଲା ଥାନାରେ ପହଞ୍ଚିଥିଲା।
କେସ୍ ନଂ ୧୦୭/୨୨ରେ ପୁଲିସ ଏହି ସ୍କୁଟରକୁ ଜବତ କରିଥିଲା। ସେତେବେଳେ ତଦନ୍ତ କରୁଥିବା ଅଧିକାରୀ ଏହି ଗାଡ଼ି ସମ୍ପର୍କରେ ଅଧିକ ଯାଞ୍ଚ କରିନଥିଲେ। ଏବେ ଉକ୍ତ କେସର ନୂତନ ତଦନ୍ତ ଅଧିକାରୀ ସଂପୃକ୍ତ ହୋଣ୍ଡା ଆକ୍ଟିଭାଟି ଏକ ଚୋରା ଗାଡ଼ି ବୋଲି ଜାଣିବାକୁ ପାଇଥିଲେ। ରାଉରକେଲାରୁ ଚୋରି ହୋଇଥିବା ଗାଡ଼ିଟି ବରୀରେ ବିକ୍ରି ହୋଇଥିଲା। ତେବେ ଜିଲାପି ଦୋକାନୀ ରମେଶ ଏହି ଚୋରା ଗାଡ଼ିଟି କାହାଠାରୁ କିଣିଥିଲା କିମ୍ବା ସେ ନିଜେ ଚୋରି ରାକେଟରେ ସମ୍ପୃକ୍ତ ତାହା ଜଣାପଡ଼ିନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l