ରାଜ୍ୟ

ରାଇପାହାଡ଼ ଅନୁପ୍ରବେଶ ପଛରେ ଖଣି, ପଦାକୁ ଆସିଲା ସତ

କୋରାପୁଟ : ପୂର୍ବରୁ ପଟାଙ୍ଗି ବ୍ଲକ୍‌ କୋଟିଆ ଦଖଲ ଅଭିଯାନ ଆରମ୍ଭ କରିଥିଲା ଆନ୍ଧ୍ର। ବାରମ୍ବାର ଝଟ୍‌କା ଖାଇବା ପରେ ଓଡ଼ିଶାର ଅନ୍ୟ ସୀମାନ୍ତ ଗାଁକୁ ଅକ୍ତିଆର ପାଇଁ ନୂଆ ରଣନୀତି ଅନୁସାରେ ଅଭିଯାନକୁ ଜୋରଦାର କରିଛି। ଯାହାର ଗୋଟିଏ ଉଦାହରଣ ମାତ୍ର ନନ୍ଦପୁର ବ୍ଲକ୍‌ର ରାଇପାହାଡ଼ ଗାଁ। ଏମିତି ଅନେକ ଗାଁରେ ଅନୁପ୍ରବେଶ ଜାରି ରହିଛି। ଲୋକଙ୍କୁ ପ୍ରଭାବିତ ତଥା ପ୍ରଲୋଭିତ କରିବାକୁ ଆନ୍ଧ୍ର ଅଧିକାରୀ ତତ୍ପର ହୋଇଛନ୍ତି। କିନ୍ତୁ ଏଭଳି ବ୍ୟାକୁଳତାର କାରଣ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଲୁଚିଛପି କରିଥିବା ଖଣି ସନ୍ଧାନ ସର୍ଭେ ଆନ୍ଧ୍ରର ମୁଖାକୁ ଖୋଲି ଦେଇଛି।

୨୦୧୮ ମସିହାରେ ଆନ୍ଧ୍ରପ୍ରଦେଶ ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର ପକ୍ଷରୁ ରାଇପାହାଡ଼ ଏବଂ ଆଖପାଖ ଅଞ୍ଚଳରେ ସର୍ଭେ ହୋଇଥିଲା। ସର୍ଭେ ରିପୋର୍ଟକୁ ସେହି ସମୟରେ ସାର୍ବଜନୀନ କରାଯାଇନଥିଲା। ଯଥାସମ୍ଭବ ଗୁପ୍ତ ରଖିବାକୁ ପ୍ରୟାସ କରିଥିଲା ଆନ୍ଧ୍ର। ଗ୍ରାମବାସୀଙ୍କୁ ମଧ୍ୟ ସର୍ଭେ ପଛର ସତ ଲୁଚାଇଥିଲେ। ମୋବାଇଲ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଏଥିପାଇଁ ସର୍ଭେ ଚାଲିଥିବା ମିଛ କହିଥିଲେ। ତେବେ ଚଳିତ ବର୍ଷ ଜୁନ୍‌ ୨୬ରେ ଏହି ରିପୋର୍ଟ ସାର୍ବଜନୀନ ହୋଇଛି। ସର୍ଭେ ପଛର ଉଦ୍ଦେଶ୍ୟ ଖଣି ସନ୍ଧାନ ଥିଲା ବୋଲି ସ୍ପଷ୍ଟ ହୋଇଛି। ରାଇପାହାଡ଼ ଗାଁ ସଂଲଗ୍ନ ପାହାଡ଼ ଗୁଡ଼ିକରେ ପ୍ରଚୁର ପରିମାଣରେ ବକ୍ସାଇଟ୍‌, ଲାଇମ୍‌ଷ୍ଟୋନ୍‌, ଜେମସ୍‌ଷ୍ଟୋନ୍‌, ସୀମା, ଲୁହାପଥର, ଅଭ୍ର ରହିଛି। କୁହାଯାଉଛି ଯେ ହଜାର ହାଜର କୋଟିର ଖଣିଜ ଏହି ପାହାଡ଼ ଗୁଡ଼ିକରେ ଭର୍ତ୍ତି ହୋଇ ରହିଛି। ବିଶେଷ କରି ରାଇପାହାଡ଼ ଗାଁକୁ ଲାଗି ରହିଥିବା ଚାଟୁଆ ପାହାଡ଼ ଖଣିଜ ସଂପଦରେ ପରିପୂର୍ଣ୍ଣ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ଥିବା ଖବର ମିଳିଛି।

ସେହିପରି ଆନ୍ଧ୍ରର ଡୁମ୍ବୁରିଗୁଡ଼ା ମଣ୍ଡଳ ଅନ୍ତର୍ଗତ କାଣ୍ଡ୍ରୁମ ପଞ୍ଚାତୟରେ ଉଚ୍ଚ ଜଳଉତ୍ସ ରହିଛି। ତେଣୁ ଧାନ ସହ ମାଣ୍ଡିଆ, ସୁଆଁ ଓ ଖେଡ଼ ଭଳି ଫସଲ ଭଲ ହେଉଛି। କୃଷି କ୍ଷେତ୍ର ପାଇଁ ବି ଏହି ଅଞ୍ଚଳ ଉପଯୁକ୍ତ ହୋଇଥିବାରୁ ଏଠାରେ ଗୋଟିଏ ଗବେଷଣାଗାର ସ୍ଥାପନ କରିବାକୁ ବିଶାଖାପାଟଣା ଜିଲ୍ଲା ପ୍ରଶାସନ ଯୋଜନା କରୁଛି। ଏହାବ୍ୟତୀତ ପୂର୍ବଘାଟ ପର୍ବତମାଳାକୁ ପର୍ଯ୍ୟଟନ ଶିଳ୍ପରେ ପରିଣତ କରିବା ବି ଏହି ଅଞ୍ଚଳ ଅକ୍ତିଆର ପଛର ଅନ୍ୟ ଗୋଟିଏ କାରଣ ବୋଲି ଜଣାପଡ଼ିଛି। କାରଣ ଉମ୍ବି ଭଳି ଜଳସ୍ରୋତ ରହିଥିବାରୁ ୱାଟର ସ୍ପୋର୍ଟ ରୂପେ ବ୍ୟବହାର କରିବାକୁ ଆନ୍ଧ୍ର ଯୋଜନା କରିସାରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।