ଅପରାଧ ରାଜ୍ୟ

ରହସ୍ୟମୟ ଭଗବାନ ବୈରୀଗଞ୍ଜନ ହତ୍ୟାକାଣ୍ଡ: ମହିଳାଙ୍କ ପାଇଁ ଅପରାଧ ସନ୍ଦେହ

କଟକ : କଟକର କାର୍ ଡ୍ରାଇଭର୍‌ ଭଗବାନ ବୈରୀଗଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଭଗବାନଙ୍କ ଗଳିତ ଶବ କେନ୍ଦୁଝର ଘସିପୁରା ଜଙ୍ଗଲରୁ ମିଳିଥିବା ବେଳେ ତାଙ୍କ ମାରୁତି ସୁଇଫ୍ଟ ଡିଜାୟାର୍ କାର୍ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରୁ ଜବତ ହୋଇଛି। ଦେବୀ ନଦୀବନ୍ଧ ଉପରେ ଏହି ଗାଡ଼ି ଚାବି ସହିତ ପାର୍କିଂ ହୋଇଥିବା ଅବସ୍ଥାରେ ଗୋବିନ୍ଦପୁର ପୁଲିସ ଜବତ କରିଛି। ଗାଡ଼ି ପୂର୍ବରୁ ସୁନ୍ଦରଗଡ଼ ବୀରମିତ୍ରପୁର ଅଞ୍ଚଳରେ ପାର୍କିଂ ହୋଇଥିଲା। ସେଠି ପୁଲିସ ଚଢ଼ଉ କରିବା ପୂର୍ବରୁ ଗାଡ଼ି ଗାଏବ ହୋଇଗଲା। ଶେଷରେ ଗୋବିନ୍ଦପୁରରେ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି।

କଟକ କଲେଜ ଛକରୁ ମାରୁତି ସୁଜୁକି ଡିଜାୟାର୍ କାର୍‌(ଓଡି-୦୨ଏଏ-୧୯୬୨) ନେଇ ଯାଇଥିବା ଡ୍ରାଇଭର୍ ଭଗବାନ ବୈରୀଗଞ୍ଜନଙ୍କ ଗଳିତ ଶବ କେନ୍ଦୁଝର ଘସିପୁରା ଥାନା ଦରଖଳା ଜଙ୍ଗଲରୁ ମିଳିଥିଲା। ୨୪ ତାରିଖ ଶନିବାର ରାତିରୁ ଭଡ଼ାରେ ଯାଇଥିବା ଭଗବାନଙ୍କ ଗାଡ଼ିଟି କଣ୍ଟାଘର ଟୋଲ୍‌ଗେଟ୍ ଦେଇ ରାତି ପ୍ରାୟ ଗୋଟାଏ ୩୪ରେ କେନ୍ଦୁଝର ଆଡ଼କୁ ଯାଇଛି। କେନ୍ଦୁଝରରୁ ଗାଡ଼ି ରାଉରକେଲା ଆଡ଼କୁ ଯାଇଥିଲା। ପରେ ଏହି ଗାଡ଼ି ୨୭ ତାରିଖ ରାତି ପ୍ରାୟ ୭ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଗୋବିରା ଅଞ୍ଚଳରେ ଛିଡ଼ା ହୋଇଥିବା ମାଲଗୋଦାମ ଥାନା ପୁଲିସ ଖବର ପାଇଥିଲା। ଗାଡ଼ିରେ କେହି ନଥିବା ଜଣାପଡ଼ିଥିଲା। ମାଲଗୋଦାମ ଥାନା ପୁଲିସ ଏ ସମ୍ପର୍କରେ ବୀରମିତ୍ରପୁର ଥାନା ପୁଲିସକୁ ଜଣାଇଥିଲା। ସେଠାକାର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। କିନ୍ତୁ, ସେତେବେଳକୁ ଗାଡ଼ି ଗାଏବ ହୋଇଯାଇଥିଲା। ୨୮ ତାରିଖ ସକାଳ ପ୍ରାୟ ୬ଟା ବେଳେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ରହମ୍ବା ଗାଁର ବାଲିଝରା ଦେବୀ ନଦବନ୍ଧ ଉପରେ ଏହି ଗାଡ଼ି ପାର୍କିଂ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ସେଦିନ ରାତିରେ ଗାଡ଼ି ଜବତ କରିଥିଲା।

ଗୋବିନ୍ଦପୁର ଯିବାକୁ କଟକ ଆଡ଼ୁ ଥିବା ତିନୋଟି ସମ୍ଭାବ୍ୟ ରାସ୍ତା ପୁଲିସ ଠାବ କରିଛି। ଜଗତସିଂହପୁର ବିରିଡ଼ି ରାସ୍ତା, ପ୍ରତାପନଗରୀ ରାସ୍ତା ଏବଂ ଖଲର୍ଦ୍ଦା ରାସ୍ତାରେ ବି ଏହି ଅଞ୍ଚଳକୁ ଗାଡ଼ି ଯିବାର ସମ୍ଭାବନା ଥିବାରୁ ପୁଲିସ ଏହି ରାସ୍ତାର ସିସି କ୍ୟାମେରା ଫୁଟେଜ୍ ଅନୁଧ୍ୟାନ କରୁଛି। ଯେହେତୁ ରାଉରକେଲା ବୀରମିତ୍ରପୁର ଅଞ୍ଚଳରେ ୨୭ ତାରିଖରେ କାର୍ ଠାବ ହୋଇଥିଲା, ଦୁର୍ବୃତ୍ତମାନେ ସମ୍ବଲପୁରରୁ ଢେଙ୍କାନାଳ ପରେ ମଙ୍ଗୁଳି ଆଡ଼କୁ ଆସିବା ପରେ ଗୋବିନ୍ଦପୁର ଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ କଲେଜ ଛକରେ ଥିବା କାର୍ ଷ୍ଟାଣ୍ଡ ନିକଟରୁ ପୁଲିସ ଏକ ସିସି କ୍ୟାମେରା ଫୁଟେଜ ଜବତ କରିଛି। ଯେଉଁ ତିନିଜଣ ଏଠାରୁ ଯାଇଛନ୍ତି ସେମାନଙ୍କ ଫୁଟେଜ ଜବତ କରି ଠାବ କରିବାକୁ ତନାଘନା ଚାଲିଛି। ଏହି ମାମଲାରେ ଏବେ କଟକ କମିସନରେଟ୍, କଟକ ଗ୍ରାମାଞ୍ଚଳ, ଯାଜପୁର, କେନ୍ଦୁଝର, ରାଉରକେଲା ପୁଲିସ ଜିଲ୍ଲାର ସମ୍ପୃକ୍ତି ଆସିଛି। ୫ ଜିଲ୍ଲା ପୁଲିସ ମିଳିତ ଭାବେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।