କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ରହସ୍ୟମୟୀ କୁଣ୍ଡ : ଯେଉଁଠାରେ ତାଳି ମାରିଲେ ବାହାରକୁ ଆସିଥାଏ ପାଣି

ନୂଆଦିଲ୍ଲୀ ୧୨/୦୮ : ରହସ୍ୟରେ ପରିପୂର୍ଣ୍ଣ ସ୍ଥାନଗୁଡ଼ିକ ବିଷୟରେ ଆମେ ଅନେକ ଥର ଶୁଣିଛୁ । ଏପରିକି ଦେଶ ତଥା ବିଦେଶର ବୈଜ୍ଞାନିକମାନେ ମଧ୍ୟ ଅନେକ ରହସ୍ୟର ସମାଧାନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏପରି ଏକ ରହସ୍ୟମୟ ସ୍ଥାନ ହେଉଛି ଦଲାହି କୁଣ୍ଡ। ଏହା ଏପରି ଏକ କୁଣ୍ଡ ଯେଉଁଠାରୁ ତାଳି ମାରିଲେ ପାଣି ବାହାରକୁ ଆସିଥାଏ । ଆସନ୍ତୁ ଜାଣିବା ଝାଡଖଣ୍ଡର ବୋକାରୋରେ ଅବସ୍ଥିତ ଏହି ପାଣି କୁଣ୍ଡ ପଛରେ ଥିବା ରହସ୍ୟ ବିଷୟରେ…

ଝାଡଖଣ୍ଡର ବୋକାରୋର ଦଲାହି କୁଣ୍ଡ ଏହାର ରହସ୍ୟମୟ ଚମତ୍କାର ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କୁହାଯାଏ ଏହି କୁଣ୍ଡ ସାମ୍ନାରେ ଠିଆ ହୋଇ ତାଳି ମାରିଲେ ପାଣି ବାହାରକୁ ଆସିଥାଏ। କେବଳ ଏତିକି ନୁହେଁ, ଏହି କୁଣ୍ଡର ପାଣି ଅତ୍ୟନ୍ତ ଗରମ ହୋଇଥାଏ । କିଛି ଲୋକ କୁହନ୍ତି ଯେ ଋତୁ ଅନୁଯାୟୀ ଏହି କୁଣ୍ଡର ପାଣି ବାହାରିଥାଏ । ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ଏବଂ ଶୀତ ଋତୁରେ ଗରମ ପାଣି ବାହାରିଥାଏ ।

ଦଲାହି କୁଣ୍ଡର ପାଣି ଜାମୁଇ ନାମକ ଏକ ନାଳ ଦେଇ ଗରଗା ନଦୀକୁ ଯାଇଥାଏ । ଏକ ଗବେଷଣା ଅନୁଯାୟୀ, ଏପରି ଜାଗାରେ ପାଣି ବହୁତ ତଳେ ହୋଇଥାଏ । ତେଣୁ ତାଳି ମାରିବା ଦ୍ୱାରା ଧ୍ୱନୀ ତରଙ୍ଗରୁ ଜଳ ଉପରେ ପ୍ରଭାବ ପକାଇଥାଏ ଏବଂ ଉପରକୁ ଆସିଥାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି କୁଣ୍ଡରେ ଗାଧୋଇବା ଦ୍ୱାରା ଇଚ୍ଛା ପୂରଣ ହୋଇଥାଏ । ଲୋକମାନେ ଏହି ଅନନ୍ୟ କୁଣ୍ଡରେ ଗାଧୋଇବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି । ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ କୁହନ୍ତି ଯେ ଏହି କୁଣ୍ଡର ପାଣି ଚର୍ମ ରୋଗ ସହ ଜଡିତ ସମସ୍ତ ରୋଗକୁ ଭଲ କରିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ