ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରସାୟନିକ ଦ୍ରବ୍ୟ ପ୍ରୟୋଗ କରି ନୁହେଁ, ଖାଇବାପିଇବା ଉପରେ ଧ୍ୟାନ ଦେଇ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଆନ୍ତୁ

ଜଣେ ଲୋକର ସୌନ୍ଦର୍ଯ୍ୟରେ କେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉତ୍ତମ କେଶ ଥିଲେ ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଥାଏ। ମାତ୍ର ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ଅତ୍ୟାଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିବା ସମସ୍ୟା ଉପୁଜିଥାଏ। କେଶ ଝଡ଼ିବା ଦୁଃଖରେ ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କେଶ ଝଡ଼ିବା ସମସ୍ୟା ଉପରୁ ନୁହେଁ; ବରଂ ଭିତରୁ ହୋଇଥାଏ। ପ୍ରୋଟିନ୍‌ର ଅଭାବରେ ହିଁ କେଶ ଝଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଥାଏ।

ଦିନକୁ ଅତି କମ୍‌ରେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ। କଦଳୀରେ ପ୍ରଚୁର ପରିମାଣର ଆଇରନ୍‌ ରହିଛି। ଆଇରନ୍‌ ଅଭାବରୁ କେଶ ଝଡ଼ିଥାଏ।

ପାରୁଛନ୍ତି ଯଦି ସକାଳେ କିମ୍ବା ସଂଧ୍ୟାରେ ଗୋଟାଏ ସିଝା ଅଣ୍ଡା ଖାଆନ୍ତୁ। ସିଝା ଅଣ୍ଡାରେ ପ୍ରୋଟିନ୍‌ ରହିଛି। ଶରୀରରେ ପ୍ରୋଟିନ୍‌ ଭରପୂର ରହିଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ।

ମୌସମୀ ଜୁସ୍‌ ପିଅନ୍ତୁ। ମୌସୁମୀ ଜୁସ୍‌ ଉଭୟ କେଶ ଓ ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ଜୁସ୍‌ ପିଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହେବା ସହ ତ୍ୱଚା ବି ଭଲ ରହିଥାଏ।।

କାଜୁ ବାଦାମ ଖାଇବା ବି କେଶ ପାଇଁ ଭଲ ହୋଇଥାଏ। କାଜୁ ବ୍ୟତୀତ ଆଲମଣ୍ଡ୍‌, ବାଦାମ, କିସ୍‌ମିସ୍‌ ଆଦି ଦୈନିକ ଖାଇଲେ କେଶ ଝଡ଼ିବା କମ ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ