ଅପରାଧ ଦେଶ ବିଦେଶ

ରସଦିଙ୍କୁ ଆକ୍ରମଣ ଘଟଣା : ମିଳିଲା ଆତତାୟୀର ପରିଚୟ, ନଷ୍ଟ ହୋଇପାରେ ଲେଖକଙ୍କ ଆଖି

ନୂଆଦିଲ୍ଲୀ, ୧୩|୦୮:ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ-ଆମେରିକୀୟ ଲେଖକ ସଲମାନ ରସଦିଙ୍କୁ ପଶ୍ଚିମ ନ୍ୟୁୟର୍କରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ବୁକର୍ ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚୌତୌକ୍ବା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ି ତାଙ୍କୁ ଛୁରି ଭୁସିଥିଲା। ସଲମାନ ରସଦି ଏବଂ ତାଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଚାକୁରେ ଆକ୍ରମଣ କରିଥିଲା। ଏଥିରେ ରସଦିଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ତେବେ ତାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀର ପରିଚୟ ମିଳିଥିବା ଜଣାପଡିଛି ।

ଆକ୍ରମଣ ପରେ ରସଦିଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ହସପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଥିବା ସୂଚନା ମିଳିଛି । ତେବେ ତାଙ୍କର ଆଖି ଗୁରୁତର ପ୍ରଭାବିତ ହୋଇଛି । ଡାକ୍ତରମାନେ ତାଙ୍କ ଆଖି ନଷ୍ଟ ହେବା ନେଇ ଆଶଙ୍କା ଦେଖାଯାଇଥିବା କହିଛନ୍ତି ।

ରସଦିଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ହାତ ଶିରା କଟିଯାଇଛି । ଛୁରାମାଡରେ ତାଙ୍କର ଯକୃତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଆକ୍ରମଣ କରିଥିବା ଯୁବକ ହେଲା ୨୪ ବର୍ଷୀୟ ହଡି ମଟର । ଏପରି ଘଟଣା ଗତ ୧୫୦ ବର୍ଷ ମଧ୍ୟରେ କେବେ ହୋଇନଥିବା ସ୍ଥାନୀୟ ପୋଲିସ କହିଛି ।

୧୫ରୁ ୨୦ଥର ଛୁରାମାଡ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆକ୍ରମଣକାରୀ ଯୁବକ ଜଣଙ୍କ ତାଙ୍କୁ ମଞ୍ଚରେ ୧୫ରୁ ୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ଆକ୍ରମଣକାରୀ ଯୁବକଙ୍କ ବୟସ ୨୫ ବର୍ଷ ହେବ। ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢ଼ି ଆକ୍ରମଣକାରୀକୁ କାବୁ କରି ପୋଲିସ ହାତରେ ଦେଇଥିଲେ । ପୋଲିସ ଆକ୍ରମଣକାରୀକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଇଂରାଜୀ ପୁସ୍ତକ ‘ଦ ସାଟାନିକ ଭର୍ସେସ’ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା । ଏହି ବହି ୧୯୮୮ରୁ ଇରାନରେ ନିଷିଦ୍ଧ ରହିଛି । ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତଓ୍ବା ଜାରି କରିଥିଲେ । ଏହି ଫତୱାକୁ ରୁସଦିଙ୍କୁ ଆକ୍ରମଣ ସହ ଯୋଡ଼ା ଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ