ଅପରାଧ ରାଜ୍ୟ

ରଶ୍ମିରେଖା ଆତ୍ମହତ୍ୟା ମାମଲା, ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ୱର ୨୬।୦୬: ରଶ୍ମିରେଖା ଆତ୍ମହତ୍ୟା ମାମଲା। ରଶ୍ମିରେଖାଙ୍କ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା। ନୟାପଲ୍ଲୀ ଥାନାରେ ଦୁଇ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯାଉଛି। ଉଭୟଙ୍କୁ ପୂର୍ବରୁ ପର୍ଯ୍ୟାୟକ୍ରମେ ପୋଲିସ ପଚରାଉଚୁରା କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ କୁ ମିଳିଥିଲା। ଉଭୟଙ୍କୁ ମୁହାଁମୁହିଁ ଜେରା କଲେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ଟେଲି ଅଭିନେତ୍ରୀ ରଶ୍ନିରେଖା ଆତ୍ମହତ୍ୟା କରିଥିଲେ । ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା । ସେନେଇ ଖୋଲତାଡ଼ ଆରମ୍ଭ କରିଥିଲା ପୋଲିସ । ଏପିରିକି ପର୍ଯ୍ୟାୟକ୍ରମେ ରଶ୍ନିରେଖାଙ୍କ ଦୁଇ ପୁରୁଷବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ଜେରା କରିଥିଲା । କିନ୍ତୁ ଏବେ ୨ ଜଣଙ୍କୁ ସାମ୍ନାସାମ୍ନି ଜେରା କରୁଛି ପୋଲିସ । ଏହି ଜେରାରୁ ପୋଲିସକୁ କିଛି ତଥ୍ୟ ମିଳିବା ଆଶା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।