ଭୁବନେଶ୍ୱର,୦୧/୦୪/: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜେଣ୍ଡର୍ ଷ୍ଟଡିଜ୍ ବିଭାଗର ଅଧ୍ୟାପିକା କୋଭିଡ୍ ପଜିଟିଭ୍ । ଜେଣ୍ଡର ଷ୍ଟଡିଜ୍ ସହ କ୍ରୀଡ଼ା ପରିଷଦର ଦାୟିତ୍ୱରେ ଥିବା ଅଧ୍ୟାପିକାଙ୍କର କରୋନା ଟେଷ୍ଟ ରିପୋର୍ଟ ବୁଧବାର ପଜିଟିଭ୍ ଆସିଥିଲା । ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନିକ ବିଲ୍ଡିଂକୁ ସାନିଟାଇଜ୍ କରିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଥିବା ମୂଲ୍ୟାୟନକୁ ବାତିଲ କରିଛନ୍ତି ।
ସେହିପରି ସଂସ୍ପର୍ଶରେ ଆସିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଗୁରୁବାର ଦିନ ୧୦ଟାରୁ କରୋନା ଟେଷ୍ଟ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ରେ କରୋନା ଟେଷ୍ଟ୍ ହେବ ବୋଲି ପିଜି କାଉନସିଲ୍ ଅଧ୍ୟକ୍ଷା ବିଜ୍ଞପ୍ତି ଜାରି କରିଛନ୍ତି ।
ସେହିପରି ଅଧ୍ୟାପିକାଜଣକ କରୋନା ପଜିଟିଭ୍ ଚିହ୍ନଟ ହେବା ପୂର୍ବରୁ ୪୮ଟି ମହିଳା କଲେଜର ପ୍ରତିନିଧିଙ୍କର ଏକ ବୈଠକ ଆୟୋଜନ କରିଥିଲେ । ଏହି ବୈଠକରେ କଲେଜଗୁଡିକର କ୍ରୀଡ଼ା ଦାୟିତ୍ୱରେ ଥିବା ଅଧିକାରୀଗଣ ଯୋଗ ଦେଇଥିଲେ ।