ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ରମାଦେବୀ ବିଶ୍ୱବିଦ୍ୟାଳୟ ଅଧ୍ୟାପିକା କରୋନା ପଜିଟିଭ୍ ହେବା ଘଟଣା, ଆଜି ସମସ୍ତ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ୱର,୦୧/୦୪/: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜେଣ୍ଡର୍‌ ଷ୍ଟଡିଜ୍‌ ବିଭାଗର ଅଧ୍ୟାପିକା କୋଭିଡ୍ ପଜିଟିଭ୍ । ଜେଣ୍ଡର ଷ୍ଟଡିଜ୍ ସହ କ୍ରୀଡ଼ା ପରିଷଦର ଦାୟିତ୍ୱରେ ଥିବା ଅଧ୍ୟାପିକାଙ୍କର କରୋନା ଟେଷ୍ଟ ରିପୋର୍ଟ ବୁଧବାର ପଜିଟିଭ୍ ଆସିଥିଲା । ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନିକ ବିଲ୍ଡିଂକୁ ସାନିଟାଇଜ୍‌ କରିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଥିବା ମୂଲ୍ୟାୟନକୁ ବାତିଲ କରିଛନ୍ତି ।

ସେହିପରି ସଂସ୍ପର୍ଶରେ ଆସିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଗୁରୁବାର ଦିନ ୧୦ଟାରୁ କରୋନା ଟେଷ୍ଟ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍‌ରେ କରୋନା ଟେଷ୍ଟ୍‌ ହେବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷା ବିଜ୍ଞପ୍ତି ଜାରି କରିଛନ୍ତି ।

ସେହିପରି ଅଧ୍ୟାପିକାଜଣକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପୂର୍ବରୁ ୪୮ଟି ମହିଳା କଲେଜର ପ୍ରତିନିଧିଙ୍କର ଏକ ବୈଠକ ଆୟୋଜନ କରିଥିଲେ । ଏହି ବୈଠକରେ କଲେଜଗୁଡିକର କ୍ରୀଡ଼ା ଦାୟିତ୍ୱରେ ଥିବା ଅଧିକାରୀଗଣ ଯୋଗ ଦେଇଥିଲେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି