ଖେଳ ଦେଶ ବିଦେଶ

ରବ୍ଦ ହେଲା ଏସିଆ କପ୍, ଦେଖିବାକୁ ମିଳିବନି ଭାରତ-ପାକ୍ ମୁକାବିଲା

ନୂଆଦିଲ୍ଲୀ, ୨୦।୦୫: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡିଛି । କ୍ରିକେଟ ଉପରେ ମଧ୍ୟ କରୋନାର କଳା ବାଦଲ ହଟୁନାହିଁ । ଭାରତରେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ମଧ୍ୟ ରବ୍ଦ ହୋଇଛି ।

ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ କରୋନା ମହମାରୀକୁ ନଜରରେ ରଖି ରବ୍ଦ କରି ଦିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓ ଆସଲେ ଡି ସିଲଭା ଏନେଇ ଘୋଷଣା କରିଛନ୍ତି । ଏହା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କଷ୍ଟକର ବୋଲି ସେ କହିଛନ୍ତି ।

ଡି ସିଲଭା କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଟୁର୍ଣ୍ଣାମେଣ୍ଟ ହୋଇପାରିବ ନାହିଁ । ଏହା ପୂର୍ବରୁ ପାକିସ୍ତାନରେ ହେବାର ଥିଲା । କିନ୍ତୁ ଭାରତ-ପାକ୍ ରାଜନୈତିକ ତିକ୍ତତା କାରଣରୁ ଭାରତ ସେଠାକୁ ଯିବାକୁ ରାଜି ନଥିଲା । ଏହାପରେ ଟୁର୍ଣ୍ଣାମେଣ୍ଟରୁ ଶ୍ରୀଲଙ୍କାରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କରୋନା କାରଣରୁ ଏହାକୁ ରବ୍ଦ କରାଯାଇଛି ।

ଏବେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ଦିନିକିଆ ବିଶ୍ୱକପ ପରେ ହିଁ ଖେଳାଯାଇପାରେ । କିନ୍ତୁ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏସିଆ କ୍ରିକେଟ ପରିଷଦ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ