ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର, ଗଦା ଧରି ସେୟାର କଲେ ଫଟୋ

ନୂଆଦିଲ୍ଲୀ ୨୦/୦୬: ଭାରତୀୟ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ପୂର୍ବତନ ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର୍ ଅଳରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡରେ ପହଁଚି ସାରିଛନ୍ତି । କେବଳ ଋଷଭ ପନ୍ତ ଓ ଶ୍ରେୟସ ଆୟର ପହଁଚିବା ବାକି ରହିଛି । ଦଳ ଇଂଲଣ୍ଡରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି ।

ଟିମ୍ ରୋହିତ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ 5ଟିକିଆ ସିରିଜର ଶେଷ ମୁକାବିଲା ଖେଳିବ । କାରଣ ଗତବର୍ଷ ଉଭୟ ଦଳ ଟେଷ୍ଟ୍ ସିରିଜ ଖେଳିଥିଲେ ବି କରୋନା ପାଇଁ ଶେଷ ମୁକାବିଲା ହୋଇପାରିନଥିଲା । ଯାହା ଏବେ ଖେଳାଯିବ । ଏହା ନିର୍ଣ୍ଣାୟକ ମୁକାବିଲା ହେବ । କାରଣ ସିରିଜରେ ଭାରତ ୨-୧ରେ ଆଘୁଆ ରହିଛି ।

ତେବେ ନିର୍ଣ୍ଣାୟକ ଟେଷ୍ଟ୍ ପୂର୍ବରୁ ଭାରତୀୟ ଖେଳାଳି ଖୁବ୍ ପରିଶ୍ରମ କରୁଛନ୍ତି । ଏହାମଧ୍ୟରେ ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ହାତରେ ଗଦା ଧରିଥିବା ନଜର ଆସିଛି । ଏହାସହ ବ୍ୟାକଗ୍ରାଉଣ୍ଡରେ ହନୁମାନ ଚାଳିସା ମଧ୍ୟ ଶୁଣିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଜାଡେଜା ଗତ ଆଇପିଏଲ ସିଜିନରେ ନଜର ଆସିଥିଲେ । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଅତ୍ୟଧିକ ଚାପ ହେତୁ ସେ ନେତୃତ୍ୱ ଭାର ଛାଡିଥିଲେ । ଏହାପରେ ସେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ