କଳା ଓ ସଂସ୍କୃତି ଧର୍ମ

ରବିବାର ଦିନ ଏହି ଉପାୟରେ କରନ୍ତୁ ସୂର୍ଯ୍ୟଦେବଙ୍କ ଆରାଧନା: ଦୂର ହେବ ସମସ୍ୟା, ସୁଖମୟ ହେବ ଜୀବନ

ଭୁବନେଶ୍ୱର ୦୮/୧୧ : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ। ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା ଉଚିତ। ଏହାର ଅନେକ ଗୁଣ ଫଳ ପ୍ରାପ୍ତ ହୋଇଥାଏ। ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ରବିବାର ଦିନ କେଉଁ କେଉଁ ଉପାୟ କଲେ ଜୀବନ ସୁଖମୟ ହେବ ଜାଣନ୍ତୁ :

୧. ଯଦି ରବିବାର ଦିନ ଆପଣଙ୍କୁ କୌଣସି ଜରୁରୀ କାମରେ ଯିବାରଅଛି ତାହେଲେ ଯିବା ପୂର୍ବରୁ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ।

୨. ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।

୩. ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।

୪. ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।

୫. ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।


୬. ରବିବାର ଦିନ ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।

୭. ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।

୮. ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

କୁହାଯାଏ ଯେ, କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ। ଏମାନେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଆରାଧନା କରିବା ଉଚିତ। ଏମାନେ ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ। କେବଳ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ବରଂ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଜାୟ ରଖିବାକୁ ଏବଂ ଓ ମାନ ସମ୍ମାନ ପ୍ରାପ୍ତି ପାଇଁ ସୂର୍ଯ୍ୟଦେବଙ୍କ ଉପାସନା କରିବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ