ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର : ‘ଆଚ୍ଛେଦିନ’ର ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥିବା କେନ୍ଦ୍ର ସରକାର ଦେଶବାସୀଙ୍କୁ ଧୋକା ପରେ ଧୋକା ଦେଇଚାଲିଛି। ମହଙ୍ଗା ମାଡରେ ଗରିବ, ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜିଏସ୍ଟି ଲାଗୁ ହେଲା ପରେ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ବାହାରେ ଏବଂ ମୁଦ୍ରାସ୍ପିତୀକୁ ରୋକିବାରେ କେନ୍ଦ୍ର ସରକାର ଆଜି ବିଫଳ ହୋଇଛି। ଚଳିତ ବଜେଟ୍ରେ ମଧ୍ୟ ସରକାର ମୁଦ୍ରାସ୍ପିତି ଓ ଦରଦାମ୍ ବୃଦ୍ଧି ରୋକିବା ପାଇଁ ସିଲିଣ୍ଡର ପିଛା ୫୦ ଟଙ୍କା ଓ ବାଣିଜ୍ୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୩୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ସିଧାସଳଖ ଭାବରେ କେନ୍ଦ୍ର ସରକାରଙ୍କର ହାଣ୍ଡିଶାଳ ଉପରେ ଆକ୍ରମଣ।
ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ବୁଧବାର ଦିନ ଶତାଧିକ ଦଳୀୟ କର୍ମୀ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦରବୃଦ୍ଧି ଦେଶବାସୀଙ୍କୁ ‘ହୋଲି ଉପହାର’ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ପାର୍ଟିର କୋଷାଧ୍ୟକ୍ଷ ସଂଜୟ ନାୟକ, ଛାତ୍ରନେତା ଓମ୍ପ୍ରକାଶ ଦାସ, ସୌମ୍ୟରଂଜନ ଦାସ ପ୍ରମୁଖ ଯୋଗ ଦେଇ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ତୁରନ୍ତ ଏହାକୁ ବାତିଲ୍ କରିବାକୁ ଦାବି କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l