ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରା ବେଳେ ରତ୍ନଭଣ୍ଡାର ଗଣତି: ଗଣତି ପାଇଁ ରଥଯାତ୍ରା ହିଁ ଠିକ୍‌ ସମୟ: ଜଷ୍ଟିସ ପଶାୟତ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନଭଣ୍ଡାର ଅନୁଧ୍ୟାନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ହିଁ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତିର ଠିକ୍ ସମୟ ବୋଲି ଜଷ୍ଟିସ୍‌ ପଶାୟତ କହିଛନ୍ତି। ଯଦି ସମ୍ଭବ ହୁଏ, ଆମେ ପ୍ରାଥମିକ ପର୍ଯ୍ୟାୟରେ କ୍ୟାମେରା ଜରିଆରେ ରତ୍ନଭଣ୍ଡାର ଭିତର ସ୍ଥିତି ଅନୁଧ୍ୟାନ କରିବୁ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।
ଜଷ୍ଟିସ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର କମିଟିରେ ହୃଦ୍‌ରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ରହିଛନ୍ତି। ଆହ୍ଲାବାଦ୍ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ, ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ କର, ଭଣ୍ଡାର ମେକାପ ଗଣେଶ ମେକାପ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ରହିଛନ୍ତି।

ଜଷ୍ଟିସ୍‌ ପଶାୟତ କହିଛନ୍ତି, ବୈଠକରେ ରତ୍ନଭଣ୍ଡାର ଅନୁଧ୍ୟାନ ଦିଗ ଉପରେ ବିଭିନ୍ନ ପ୍ରସ୍ତାବ ଆସିଥିଲା। ସବୁଦିଗରୁ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ଦର୍ଶନ ସମୟରେ ଓ ଠାକୁରଙ୍କ ନୀତିକାନ୍ତି ଚାଲିଥିବା ସମୟରେ ରତ୍ନଭଣ୍ଡାର ଅନୁଧ୍ୟାନ ଅସମ୍ଭବ। ସ୍ନାନପୂର୍ଣ୍ଣିମା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀମନ୍ଦିରକୁ ଭକ୍ତମାନେ ଯାଆନ୍ତିନାହିଁ। ଏହି ସମୟରେ ଆମେ ରତ୍ନଭଣ୍ଡାର ଅନୁଧ୍ୟାନ କରିବାକୁ ଯୋଜନା କରୁଛୁ। ପ୍ରଥମେ ଆମେ ରତ୍ନଭଣ୍ଡାରର ପୁରୁଣା ରିପୋର୍ଟର ତର୍ଜମା କରିବୁ। ୧୯୨୬ରେ ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତ ହୋଇଥିଲା। ୧୯୭୮ରେ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇଥିଲା। ୧୯୮୫ରେ କେବଳ ତାଲିକା ମେଳକ କରାଯାଇଥିଲା। ୧୯୭୮ର ରତ୍ନଭଣ୍ଡାର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ମଗାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ରତ୍ନଭଣ୍ଡାର ଅନୁଧ୍ୟାନ କରାଯିବ। ରତ୍ନଭଣ୍ଡାର ତାଲିକାରେ କେଉଁ ବାକ୍ସରେ କେତେ ଅଳଙ୍କାର ରହିଛି, ତାର ନମ୍ବର ରହିଛି। ରତ୍ନଭଣ୍ଡାର ଭିତରକୁ କ୍ୟାମେରା ପଠାଇ ଏହି ନମ୍ବରର ବାକ୍ସ ଅଛି କି ନାହିଁ, ପ୍ରଥମେ ଦେଖିବୁ। ପରେ ଏଥିରେ କେତେ ଅଳଙ୍କାର ଅଛି, ତାର ଅନୁଧ୍ୟାନ କରାଯିବ। ତାଲିକା ହସ୍ତଗତ ହେବାପରେ ଅଧିକ କିଛି କହିପାରିବି ବୋଲି ସେ କହିଛନ୍ତି।
୧୯୭୮ରେ ଚାରି ମାସ ଗଣତି ଓ ମଣତି ପାଇଁ ସମୟ ଲାଗିଥିଲା। ସେ ସମୟରେ ସୁନା, ରୁପା ଆଦି ଅଳଙ୍କାରର ମାନ ପରୀକ୍ଷା କରାଯାଇଥିଲା। ଏଣୁ ଏତେ ସମୟସାପେକ୍ଷ ଥିଲା। ଆମକୁ ମାନ ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ଏଣୁ ଅଧିକ ସମୟ ଲାଗିବନି ବୋଲି ଜଷ୍ଟିସ୍‌ ପଶାୟତ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।