କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ନୟାଗଡ ବଡରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କଲେ ୪ଜଣିଆ ଟିମ୍

ପୁରୀ ୧୧।୧: ଚଳିତ ବର୍ଷର ରଥଯାତ୍ରା ପାଇଁ ମଙ୍ଗଳବାରଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ, ନବୈଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମ୍ ରେ ବରିଷ୍ଠ ତତ୍ତ୍ବାବଧାରକ, ରଥ ଅମିନ, ଭୋଇସେବକ ରହିଛନ୍ତି।

ବୁଧବାର ବଡରାଉଳ ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା । ଠାକୁରାଣୀ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫କାଠର ଆବଶ୍ୟକତା ରହିଛି। ୬୯ଖଣ୍ଡ କାଠ ବଳକା ରହିଛି । ମୋଟ୍ ୭୯୬ ଖଣ୍ଡ ଅସନ, ଧଉରା ଏବଂ ଫାଶୀ କାଠର ଆବଶ୍ୟକତା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,