ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବୁଧବାର ଦିନ ୧୭ ଦିନରେ ପହଞ୍ଚିଛି। ୧୭ ଦିନ ଶେଷ ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ଯୋଖା ନିର୍ମାଣ ବି ଆଗେଇ ଚାଲିଛି। ତାଳଧ୍ବଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ ୭ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖାରୁ ୫ଟି ଯୋଖା ନିର୍ମାଣ ଶେଷ ହୋଇଛି। ରଥର ତଳ ଓ ଉପର ପାର୍ଶ୍ୱକୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣଗୁଜମାନଙ୍କରେ ଯୋଖା ସଂଯୋଗ କରାଯିବ। ଏହା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟକ ହେବ।

ସେପଟେ ବୁଧବାରଠାରୁ ଗୟଳ ଚିରଟ କାମ ଆରମ୍ଭ ହୋଇଛି। ବୁଧବାର ଦିନ ତାଳଧ୍ବଜ ରଥର ଦୁଇଟି ଗୟଳ ଚିରଟ ପାଇଁ କରତି ସେବକଙ୍କୁ କାଠ ଯୋଗାଇ ଦିଆଯାଇଛି। ୪୦ ଫୁଟର ଧଉରା କାଠରେ ଗୟଳ ନିର୍ମାଣ ହେବ। କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ତ୍ବାବଧାନରେ ୪୦ ଫୁଟର ଏହି ଗୟଳ କାଠ ଚିରଟ ଆରମ୍ଭ ହୋଇଛି। ଚିରଟ ପରେ ତାଳଧ୍ୱଜ ରଥ ମହାରଣାମାନେ ଚଉପଟ କରି ପୋଲ ଗୟଳ ନିର୍ମାଣ କରିବେ। ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି। ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍‌ କାର୍ଯ୍ୟ ଜାରି ରହିଛି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତୁମ୍ବ ପାଇଁ ପନ୍ଦାରି, ପନ୍ଦାରି ଚାବି, ବଳା ନିର୍ମାଣ ଜାରି ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।