ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳାରେ ପଡ଼ିଲା ଚାଞ୍ଚ

ପୁରୀ: ଆଉ ଦୁଇ ଦିନ ପରେ ଅର୍ଥାତ୍‌ ମେ’ ୧୦ରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ୨୧ ଦିନ ଧରି ମହାପ୍ରଭୁ ମଣି ବିମାନରେ ବିଜେ ହୋଇ ଚାପ ଖେଳିବାକୁ ନରେନ୍ଦ୍ରକୁ ଯିବେ। ଏଥିସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ବି ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ପର୍ବ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ରାଜନଅର ସଂଲଗ୍ନ ରଥଖଳାରେ ଲୁହାର ପାଇପ୍‌ ପୋତାଯିବା ପରେ ଏହା ଉପରେ ଆଜି ଚାଞ୍ଚ ପକାଯାଇଛି। ପରମ୍ପରା ଆଧାରରେ ରଥ ନିର୍ମାଣ କାମ ବେଳେ ମହାରଣା ସେବକଙ୍କ ସହ ଅନ୍ୟମାନଙ୍କୁ ତାତିରୁ ରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଚାଞ୍ଚର ଛାଇ ଶୀତଳ ବୋଲି ସେବକମାନେ କହିଛନ୍ତି। ଛାଇରୁ ରକ୍ଷା ପାଇଁ ରଥଖଳାରେ ପାଲ ବି ଟଣା ହୋଇପାରନ୍ତା। କିନ୍ତୁ ପୂର୍ବକାଳରେ ପାଲ ବ୍ୟବସ୍ଥା ନଥିଲା। ରଥଖଳାରେ ନଡ଼ିଆ ଗଛର ବରଡ଼ାରେ ତିଆରି ଚାଞ୍ଚକୁ ବ୍ୟବହାର କରାଯାଉଥିଲା। ଏହି ପରମ୍ପରା ଆଜି ବି ବଜାୟ ରହିଛି ବୋଲି ସେବକମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।