ରାଜ୍ୟ

ରତ୍ନଭଣ୍ଡାର ପ୍ରସଙ୍ଗରେ ଶଙ୍କରଚାର୍ଯ୍ୟଙ୍କ କ୍ଷୋଭ, କେହି ମୋର ପରାମର୍ଶ ଲୋଡ଼ିନାହାନ୍ତି

ପୁରୀ : ସୋମବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କେହି ବି ତାଙ୍କର ପରାମର୍ଶ ଲୋଡ଼ିନାହାନ୍ତି ବୋଲି କହିବା ସହ କାହିଁକି ମୁଁ କୌଣସି ପରାମର୍ଶ ଦେବି ବୋଲି ଜଗଦ୍‌ଗୁରୁ କ୍ଷୋଭର ସହ କହିଛନ୍ତି।

ନିଜ ପ୍ରତିକ୍ରିୟାରେ ଜଗଦ୍‌ଗୁରୁ କହିଛନ୍ତି, ଶ୍ରୀମନ୍ଦିରର କୌଣସି ସମସ୍ୟାରେ ଧର୍ମଗୁରୁ ଭାବେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ କେହି ବି ସେଭଳି କରୁନାହାନ୍ତି। ଶ୍ରୀମନ୍ଦିର ପରିଚାଳନା ପାଇଁ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଛନ୍ତି। ସରକାର ହୁଅନ୍ତି କି ପରିଚାଳନା କମିଟି କେହି ବି ରତ୍ନଭଣ୍ଡାର ପ୍ରସଙ୍ଗରେ ମୋର ପରାମର୍ଶ ଲୋଡ଼ିନାହାନ୍ତି। ଯଦି ସରକାର କି ସମିତି ମୋ ପାଖକୁ ଆସି ପରାମର୍ଶ ଲୋଡ଼ନ୍ତି, ରତ୍ନଭଣ୍ଡାର ଉପରେ ମୁଁ ନିଶ୍ଚିତ ଉଚିତ ପରାମର୍ଶ ଦେବି ବୋଲି ଜଗଦ୍‌ଗୁରୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।