ରାଜ୍ୟ ସ୍ପେଶାଲ ରିପୋର୍ଟ

ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ: ବିଜେପି

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ବର୍ଷକୁ ଅପେକ୍ଷା ନକରି ଚଳିତ ମାସରେ ହିଁ ରତ୍ନ ଭଣ୍ଡାର ଖୋଲନ୍ତୁ ବୋଲି ବିଜେପି ନେତା ସମୀର ମହାନ୍ତି ଦାବି କରିଛନ୍ତି। ଶ୍ରୀ ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ୧୯୭୮ ମସିହାରେ ରତ୍ନ ଭଣ୍ଡାରର ଅଳଙ୍କାର ଇନଭେଣ୍ଟରିକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ତଥ୍ୟ ଆଇନ ମନ୍ତ୍ରୀ ବିଧାନସଭାରେ ରଖିଛନ୍ତି। ହେଲେ ଏବେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି। ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ସୃଷ୍ଟି ହେଲାଣି। ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏଏସ୍‌ଆଇ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନକୌଶଳ ବ୍ୟବହାର କରିବ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ହାଇକୋର୍ଟ ଏହାକୁ ତର୍ଜମା କରିବେ। ଏପରିକି ୨୦୧୮ ମସିହାରୁ ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛି। କିନ୍ତୁ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ଚାବି ହଜିବା ପ୍ରସଙ୍ଗରେ ବିଜେପି ୨୦୧୮ରେ ଯେଉଁଦିନ ସିଂହଦ୍ବାର ଥାନା ଆଗରେ ଧାରଣା ‌ଦେଲା ସେହି ସଂଧ୍ୟାରେ ଡୁପ୍ଲିକେଟ୍ ଚାବି ମିଳିଗଲା। ହେଲେ ରତ୍ନଭଣ୍ଡାର ଖୋଲିଲାନି। ଏପରିକି ରଘୁବର ଦାସ କମିସନ ବସିଲା। କିନ୍ତୁ କମିସନଙ୍କ ରିପୋର୍ଟ ଆଜି ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପନ ହୋଇପାରିଲାନି। ଯିଏ ଜାଣି ଶୋଇଥିବ ତାକୁ ଉଠେଇବ କିଏ? ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ଏ କଥା ସରକାର ହିଁ ଜାଣିଛନ୍ତି। ପ୍ରଭୁ ଜଗନ୍ନାଥ ମଧ୍ୟ ସେ କଥାକୁ ବିଚାର କରୁଛନ୍ତି। କୋର୍ଟକୁ ଏ ଘଟଣା ଯିବା କଥା ନୁହେଁ। ସରକାର ରତ୍ନଭଣ୍ଡାର ଖୋଲିଲେ ନାହିଁ ବୋଲି ମାମଲା ହାଇକୋର୍ଟକୁ ଯାଇଛି। ରାଜ୍ୟ ସରକାର ଆସନ୍ତା ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ଶୁଣାଣି ପୂର୍ବରୁ ରତ୍ନଭଣ୍ଡାର ଖୋଲନ୍ତୁ ଏବଂ ନିଜ ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।