ଦେଶ ବିଦେଶ ମନୋରଞ୍ଜନ

ରଣବୀର-ଦୀପିକାଙ୍କ ଏହି ଗୀତରେ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର୍ ଥିଲେ ଆୟୁଷ ଶର୍ମା; ନିଜ ସଂଘର୍ଷର କାହାଣୀ କହିଲେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ ଶର୍ମାଙ୍କ ଫିଲ୍ମ ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମରେ ଆୟୁଷ ଖଳନାୟକ ଭୁମିକାରେ ଥିଲେ । ଏହି ଫିଲ୍ମରେ ଆୟୁଷଙ୍କ ଦମଦାର୍ ଅଭିନୟଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ତେବେ ସେ ବଲିଉଡ୍ ରେ ନିଜ କ୍ୟାରିୟର୍ କିପରି ଆରମ୍ଭ କରିଥିଲେ ସେ ସମ୍ପର୍କରେ କିଛି ଖୁଲାସା କରିଛନ୍ତି ।

ଏକ ପ୍ରେସ୍ କନଫରେନ୍ସ ରେ କହିଛନ୍ତି ଯେ, ସେ କଲେଜ୍ ରେ ପାଠ ପଢ଼ିବା ସମୟରେ ଟିଭି ଶୋ ଠାରୁ ଆରମ୍ଭ କରି ବଲିଉଡ୍ ଫିଲ୍ମରେ ଜୁନିୟର୍ କଳାକାର ଭାବରେ ଅନେକ ଭୁମିକା ପାଇଁ ଅଡିସନ୍ ଦେଇଛନ୍ତି । ଖାଲି ସେତିକି ନୁହେଁ ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଫିଲ୍ମ “ୟେ ଜୱାନୀ ହେ ଦିୱାନୀ”ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ ରୂପରେ କାମ କରିଛନ୍ତି । ତେବେ ଏହି ଫିଲ୍ମଟିକୁ ରିଲିଜ୍ ହେବାର ୮ ବର୍ଷ ହୋଇସାରିଛି ।

ଆୟୁଷ ଆଗକୁ କହିଛନ୍ତି ଯେ, ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ମେହବୁବ ଷ୍ଟୁଡିଓରେ “ୟେ ଜୱାନୀ ହେ ଦିୱାନୀ”ର ଶୁଟିଂ ଚାଲିଛି ସେ ନିଜ ସାଙ୍ଗମାନଙ୍କୁ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସ ପାଇଁ କହିଥିଲେ । ସେ ଶୁଟିଂ କିପରି ହୁଏ ସେ ସଂକ୍ରାନ୍ତରେ ଜାଣିବା ପାଇଁ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର୍ ଭାବରେ କାମ କରୁଥିଲେ । ତେବେ ଆୟୁଷଙ୍କର ଏହା ହେଉଛି ଦ୍ୱିତୀୟ ବଲିଉଡ୍ ଫିଲ୍ମ । ଏହାପୂର୍ବରୁ ସେ ଲଭ୍ ଯାତ୍ରୀ ରେ କାମ କରିଥିଲେ । ହେଲେ ବକ୍ସ ଅଫିସ୍ ରେ ଏହା ଫ୍ଲପ୍ ହୋଇଯାଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ