ରାଜ୍ୟ ସ୍ପେଶାଲ ରିପୋର୍ଟ

ରଣପୁର ଚାଷୀଙ୍କୁ ସମୃଦ୍ଧ କରୁଛି ଉଦ୍ୟାନ କୃଷି, ବଢ଼ୁଛି ଗେଣ୍ଡୁଫୁଲ ଚାହିଦା

ରଣପୁର : ରଣପୁର ବ୍ଲକ୍‌ ଅର୍ନ୍ତଗତ ଉଦ୍ୟାନ ବିଭାଗ ଅଧୀନ ବିଭିନ୍ନ ଅଞ୍ଚଳରେ ଗେଣ୍ତୁଫୁଲ ଚାଷର ଚାହିଦା ବଢ଼ିଚାଲିଥିବା ବେଳେ ଚାଷୀଙ୍କ ଆର୍ଥିକ ସଙ୍କଟ ଦୂର ହେଉଥିବା ଦେଖିବାକୁ ମିଳୁଛି। ସୂଚନା ଥାଉକି, ଚାଷୀମାନଙ୍କର ଆର୍ଥିକ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଗେଣ୍ତୁଫୁଲ ଚାଷକୁ ସରକାରଙ୍କ ତରଫରୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବହୁ ଚାଷୀ ଏହାର ଭରପୁର ଫାଇଦା ଉଠାଉଥିବା ଦେଖିବାକୁ ମିଳୁଛି। ତେବେ ରଣପୁର ଉଦ୍ୟାନ ବିଭାଗ ଅନ୍ତର୍ଗତ ବଜ୍ରକୋଟ ଗାଁର ଅରୁଣ ରାଉତ, ଗୌରାଙ୍ଗ ପାତ୍ର, ବାବୁଲି ସ୍ବାଇଁ ପ୍ରମୁଖ ଚାଷୀମାନେ ଉଦ୍ୟାନ କୃଷୀ ବିଭାଗରୁ ଆର୍ଥିକ ସହାୟତା ପାଇ ଏବେ ଅସୁରକୁମାରୀ ରାସ୍ତା ପାର୍ଶ୍ବରେ ୪ ହେକ୍ଟର ଜମିରେ ଗେଣ୍ତୁ ଚାଷ କରିଛନ୍ତି। ତେବେ ଉତ୍ପାଦନ ହେଉଥିବା ଗେଣ୍ତୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ପଠାଯାଉଥିବା ବେଳେ ବେଶ୍ ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି।

ସେହିପରି ଉଦ୍ୟାନ ବିଭାଗ ଅନ୍ତର୍ଗତ କେରେଣ୍ତାଟାଙ୍ଗୀ ପଞ୍ଚାୟତ ଅଧୀନ ମୁକ୍ତାପୁର ଗାଁର ଚିତ୍ରସେନ ରାଉତରାୟ ସରକାରୀ ସହାୟତାରେ ଉକ୍ତ ଗେଣ୍ତୁଚାଷ କରି ବେଶ୍ ଲାଭବାନ ହେଉଥିବା ଜଣାଯାଇଛି। ତେବେ ଚାଷୀମାନଙ୍କୁ ସରକାରୀ ସହାୟତା ବାବଦରେ ୧୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କାରାଯାଉଥିବା ବେଳେ ଅଞ୍ଚଳର ଉଦ୍ୟାନ କୃଷୀ ଚାଷୀମାନେ ଏଥିପ୍ରତି ଆକୃଷ୍ଟ ହେଉଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।