ନୂଆଦିଲ୍ଲୀ ୨୬/୦୨: ତାମିଲନାଡୁର ଯାଆଁଳା ଭାଇ ବାବା ଅପରାଜିତ ଓ ବାବା ଇନ୍ଦ୍ରଜିତ ପ୍ରଥମ ଶ୍ରେଣୀ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ କୌଣସି ଟିମ୍ ବିରୋଧରେ ଗୋଟିଏ ମ୍ୟାଚରେ ଶଚକ ଲଗାଇଥିବା ପ୍ରଥମ ଯାଆଁଳା ଭାଇ ହୋଇଛନ୍ତି । ଉଭୟ ଛତିଶଗଡ ବିପକ୍ଷରେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ।
ତାମିଲନାଡୁ ପାଇଁ ଖେଳୁଥିବା ଇନ୍ଦ୍ରଜିତ ୧୪୧ ବଲରୁ ୨୧ ଚଉକା ସହ ୧୨୭ ରନ୍ କରିଥିବା ବେଳେ ଅପରାଜିତ ୧୦୧ ରନ୍ କରି ନଟଆଉଟ୍ ଅଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ଅପରାଜିତଙ୍କ ଦଶମ ଓ ଇନ୍ଦ୍ରଜିତଙ୍କ ଏକାଦଶ ଶତକ ।ଉଭୟଙ୍କ ବ୍ୟାଟିଂ ବଳରେ ଦଳ ୩୦୮ ରନ୍ କରିଛି ।
ଏହାପୂର୍ବରୁ ତାମିଲନାଡୁ ଅଧିନାୟକ ବିଜୟ ଶଙ୍କର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓପନର କୌଶିକ ଗାନ୍ଧୀ ୨୭ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଲକ୍ଷ୍ମେଶ ୨୧ ରନ୍ କରି ପ୍ୟାଭିଲିୟନ ଫେରିବା ପରେ ବାବା ଭ୍ରାତା ପାଳି ସମ୍ଭାଳିଥିଲେ ।