କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରଙ୍ଗର ପର୍ବରେ କରୋନା ମାଡ, ୟୁପିରେ ସାମୁହିକ କାର୍ଯ୍ୟକ୍ରମରେ ଲାଗିଲା କଟକଣା

ଲକ୍ଷ୍ନୌ ୨୩।୦୩ : ଏବର୍ଷ ବି ରଙ୍ଗର ପର୍ବ ହୋଲିରେ ଲାଗିଛି କଟକଣା । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ହୋଲି ଖେଳ ନେଇ ସତର୍କତା ଜାରି କରିଛି କେନ୍ଦ୍ରଠୁ ରାଜ୍ୟ । ଏପଟେ ଦେଶରେ ବଢିବାରେ ଲାଗିଛି ସଂକ୍ରମଣର ମାତ୍ରା । ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମଣ ସହ ଅନେକ ଜୀବନ ନେଲାଣି ଏହି ମାରାତ୍ମକ ଭୁତାଣୁ । ସଂକ୍ରମଣକୁ ଦୃଷ୍ଟିରେ ରଖିଛି ହୋଲି ପର୍ବ ଉପରେ କିଛି କଟକଣା ଜାରି କରିଛନ୍ତି ଉତ୍ତରପ୍ରେଦଶ ସରକାର ।

ଦେଶରେ ପ୍ରତିଦିନ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ୟୁପି ସରକାର । ହୋଲି ପର୍ବ ପାଳନ ନେଇ ନୂଆ ନିୟମ ଜାରି କରାଯାଇଛି । କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ନେବା ସହ ସମସ୍ତ ଗାଇଡଲାଇନ ମାନି କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଛି । ଖାସ୍ କରି ମାସ୍କ, ସାମାଜିକ ଦୂରତା ସହ ସାନିଟାଇଜକୁ ଗୁରୁତ୍ବ ଦିଆଯାଇଛି ।

ସେହିପରି ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ବାହାରୁ ଆସୁଥିବା ଲୋକଙ୍କ କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ । ସାମୂହିକ କାର୍ଯ୍ୟକ୍ରମରେ ୬୦ ବର୍ଷରୁ ଅଧିକ ଲୋକ ତଥା ୧୦ ବର୍ଷରୁ କମ୍ ପିଲାଙ୍କ ସାମିଲ ଉପରେ ରୋକ୍‌ ଲଗାଯାଇଛି । ତେବେ କେହି ବ୍ୟକ୍ତି ଅନ୍ୟ କୌଣସି ରୋଗରେ ପୀଡିତ ଥିବେ ତାହେଲେ ସତର୍କତା ଅବଲମ୍ୱନ କରିବାକୁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,