ଲକ୍ଷ୍ନୌ ୨୩।୦୩ : ଏବର୍ଷ ବି ରଙ୍ଗର ପର୍ବ ହୋଲିରେ ଲାଗିଛି କଟକଣା । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ହୋଲି ଖେଳ ନେଇ ସତର୍କତା ଜାରି କରିଛି କେନ୍ଦ୍ରଠୁ ରାଜ୍ୟ । ଏପଟେ ଦେଶରେ ବଢିବାରେ ଲାଗିଛି ସଂକ୍ରମଣର ମାତ୍ରା । ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମଣ ସହ ଅନେକ ଜୀବନ ନେଲାଣି ଏହି ମାରାତ୍ମକ ଭୁତାଣୁ । ସଂକ୍ରମଣକୁ ଦୃଷ୍ଟିରେ ରଖିଛି ହୋଲି ପର୍ବ ଉପରେ କିଛି କଟକଣା ଜାରି କରିଛନ୍ତି ଉତ୍ତରପ୍ରେଦଶ ସରକାର ।
ଦେଶରେ ପ୍ରତିଦିନ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ୟୁପି ସରକାର । ହୋଲି ପର୍ବ ପାଳନ ନେଇ ନୂଆ ନିୟମ ଜାରି କରାଯାଇଛି । କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ନେବା ସହ ସମସ୍ତ ଗାଇଡଲାଇନ ମାନି କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଛି । ଖାସ୍ କରି ମାସ୍କ, ସାମାଜିକ ଦୂରତା ସହ ସାନିଟାଇଜକୁ ଗୁରୁତ୍ବ ଦିଆଯାଇଛି ।
ସେହିପରି ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ବାହାରୁ ଆସୁଥିବା ଲୋକଙ୍କ କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ । ସାମୂହିକ କାର୍ଯ୍ୟକ୍ରମରେ ୬୦ ବର୍ଷରୁ ଅଧିକ ଲୋକ ତଥା ୧୦ ବର୍ଷରୁ କମ୍ ପିଲାଙ୍କ ସାମିଲ ଉପରେ ରୋକ୍ ଲଗାଯାଇଛି । ତେବେ କେହି ବ୍ୟକ୍ତି ଅନ୍ୟ କୌଣସି ରୋଗରେ ପୀଡିତ ଥିବେ ତାହେଲେ ସତର୍କତା ଅବଲମ୍ୱନ କରିବାକୁ କୁହାଯାଇଛି ।