ରାଜ୍ୟ ସ୍ପେଶାଲ ରିପୋର୍ଟ

ରକ୍ତ ପାଇଁ ୧୦ କିମି ଦୌଡ଼, କେନ୍ଦ୍ରାପଡ଼ା ନୂଆ ଜିଲ୍ଲା ହସ୍ପିଟାଲ୍‌ ଭିତ୍ତିଭୂମି ଅଭାବରୁ ସ୍ଥାନାନ୍ତର ହେଲାନି ରକ୍ତ ଭଣ୍ତାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦ୍ରାପଡ଼ା : ଆଜିଠୁ ବଦଳି ଯାଇଛି ଜିଲ୍ଲା ହସ୍ପିଟାଲ୍‌ର ଠିକଣା। ଇଚ୍ଛାପୁରସ୍ଥିତ ଶାମଗୁଡ଼ିଆରେ ନବନିର୍ମିତ ଛଅ ମହଲା ବିଶିଷ୍ଟ କୋଠାରେ ସୋମବାରଠାରୁ ଆରମ୍ଭ ହୋଇଛି ରୋଗୀ ସେବା। କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ଅନ୍ୟ ସବୁ ବିଭାଗ ସ୍ଥାନାନ୍ତର ହୋଇଛି। ସ˚ପୂର୍ଣ୍ଣ ନୂଆ ଜାଗାରେ ଆଜିଠୁ ରୋଗୀ ସେବା ଆରମ୍ଭ ହୋଇଥିଲେ ବି ଯେଉଁ ସମସ୍ୟାଟି ଆଟେଣ୍ତାଣ୍ଟ୍‌ଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି, ତାହା ହେଉଛି ରକ୍ତ ପାଇଁ ଦଶ କିଲୋମିଟର‌୍‌ ଦୌଡ଼ିବାକୁ ପଡ଼ୁଛି। ପୁରୁଣା ମେଡିକାଲ୍‌ କୋଠାରେ ରକ୍ତ ଭଣ୍ତାର ଥିବାରୁ ଏବେ ରୋଗୀ ଆଟେଣ୍ତାଣ୍ଟ୍‌ ତଥା ସ˚ପର୍କୀୟଙ୍କୁ ରକ୍ତ ପାଇଁ ଯିବା ଆସିବାରେ ଦଶ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଜଣେ ଗୁରୁତର ରୋଗୀ ପାଇଁ ଯଦି ଜରୁରି ରକ୍ତ ଆବଶ୍ୟକତା ପଡେ଼, ତେବେ ଏତେ ଦୂର ଆସି ରକ୍ତ ନେଇ ଗଲା ବେଳକୁ ରୋଗୀ ଅବସ୍ଥା କଣ ହେଇଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ରକ୍ତ ଭଳି ଏକ ଜରୁରିକାଳୀନ ସେବା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆ ନଯିବା ଘଟଣା ବିଭାଗୀୟ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବକୁ ସୂଚାଉଛି।

ଶହେ ଦଶ କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ନୂଆ ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ମା’ ଓ ଶିଶୁ ରହିବାର ସୁବିଧାଠୁ ନେଇ ସ୍ବତନ୍ତ୍ର ଆଇସିୟୁ, ଟ୍ରମା ବିଭାଗ ବି ରହିଛି। ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବ ବୋଲି ଦାବି କରାଯାଉଛି। ଜିଲ୍ଲାବାସୀଙ୍କୁ ଆଉ ଚିକିତ୍ସା ପାଇଁ କଟକ ଯିବାକୁ ପଡ଼ିବ ନାହିଁ ବୋଲି ନେତାମାନେ ଭାଷଣବାଜି କରୁଛନ୍ତି। କିନ୍ତୁ ବାସ୍ତବତା ହେଉଛି ଗ୍ରାଉଣ୍ତ୍‌ ଫ୍ଲ୍ଲୋର‌୍‌କୁ ମିଶାଇ ଛଅ ମହଲା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ୍‌ କୋଠା ହୋଇଥିଲେ ମଧୢ ରକ୍ତ ଭଣ୍ତାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇନାହିଁ। ଯେଉଁ ବ୍ୟବସ୍ଥାଟି ଥିବା କୁହାଯାଉଛି, ତାହା ହେଉଛି ରକ୍ତ ଷ୍ଟୋରେଜ୍‌ ୟୁନିଟ୍‌। ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର (ଏମସିଏଚ୍‌)ର ତୃତୀୟ ମହଲାରେ ଏହି ବ୍ୟବସ୍ଥା ରହିଛି। ମାତ୍ର, ଏଠାରେ ରକ୍ତ ଭଣ୍ତାର ଚାଲିପାରିବ ନାହିଁ।

ରେଡକ୍ରସ୍‌ ରକ୍ତ ଭଣ୍ତାର ଚାଲିବାକୁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି। ସ୍ବତନ୍ତ୍ର ଗୃହ ଦରକାର। ଯେଉଁ ଗୃହ ନିର୍ମାଣ ହେବ, ତାହା ସ୍ବତନ୍ତ୍ର ଡିଜାଇନ୍‌ରେ ରକ୍ତ ଭଣ୍ତାର ଆନୁସ˚ଗିକ ଯନ୍ତ୍ରପାତି, ସୁବିଧା ରହିବା ଭଳି ହେବା ଦରକାର। କିନ୍ତୁ ନୂଆ ହସ୍ପିଟାଲ୍‌ କୋଠାରେ ନା ସ୍ବତନ୍ତ୍ର ଗୃହ ହୋଇଛି ନା ରକ୍ତ ଭଣ୍ତାର ଚାଲିବା ଭଳି ସର୍ବନିମ୍ନ ମୌଳିକ ସୁବିଧା କରାଯାଇଛି। ଖାସ୍‌ ଏହି ସମସ୍ୟା ପାଇଁ ସବୁ ବିଭାଗ ସ୍ଥାନାନ୍ତର ହୋଇଥିଲେ ବି ରକ୍ତ ଭଣ୍ତାର ଯାଇପାରିଲା ନାହିଁ। ଓଟି କାର୍ଯ୍ୟକ୍ଷମ ହେଇନଥିବାରୁ ଯଦିଓ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର ହେଇନାହିଁ, କିନ୍ତୁ ତାହା ଖୁବ୍‌ଶୀଘ୍ର ଏହି ଦୁଇ ସପ୍ତାହ ଭିତରେ ଚାଲିଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ମାତ୍ର ରକ୍ତ ଭଣ୍ତାର ସ୍ଥାନାନ୍ତର ପ୍ରକ୍ରିୟା ସ˚ପ୍ରତି ସ୍ବତନ୍ତ୍ର ଗୃହ ଅଭାବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ଏ ପ୍ରକାର ବ୍ୟବସ୍ଥା କାରଣରୁ ଏବେ ରୋଗୀଙ୍କ ଆଟେଣ୍ତାଣ୍ଟ୍‌ଙ୍କୁ ରକ୍ତ ପାଇଁ ପ୍ରାୟ ଦଶ କିଲୋମିଟର ଯିବା ଆସିବା କରିବାକୁ ପଡ଼ୁଛି। ପୁରୁଣା ମେଡିକାଲ୍‌ କୋଠାରୁ ନୂଆ ମେଡିକାଲ୍‌ କୋଠାର ଦୂରତା ହେଉଛି ପ୍ରାୟ ୫କିଲୋମିଟର‌୍‌। ଏହା ମଧୢରେ ପୁଣି ଜନଗହଳିପୂର୍ଣ୍ଣ ସହର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଆଉ ଯିବାଆସିବା ୧୦ କିଲୋମିଟର।

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ଅନିତା ପଟ୍ଟନାୟକ କହିଛନ୍ତି ଯେ ରକ୍ତଭଣ୍ତାର ଚାଲିବା ଭଳି ସୁବିଧା ନ ଥିବାରୁ ସ୍ଥାନାନ୍ତର କରାଯାଇନାହିଁ। କିନ୍ତୁ ନୂଆ କୋଠାରେ ରକ୍ତ ଷ୍ଟୋରେଜ୍‌ ୟୁନିଟ୍‌ ସୁବିଧା ରହିଛି। ଏହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ରକ୍ତ ଭଣ୍ତାର ପାଇଁ ଯେଉଁ ସ୍ବତନ୍ତ୍ର ଗୃହ ଦରକାର, ସେଥିସକାଶେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।