ଅପରାଧ ରାଜ୍ୟ

ରକ୍ତକୁ ଚିହ୍ନିଲାନି ପୁଅ, ବାପା-ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା

ଭୁବନ ୦୧।୦୫: ରକ୍ତକୁ ଚିହ୍ନିଲାନି ପୁଅ। ବାପା, ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା। ପୁଅର ଗୁଣି ଗାରେଡିକୁ ବିରୋଧ କରିବାରୁ ବୃଦ୍ଧା ବାପା ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା ପୁଅ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ ( ଖ) ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ପୁଅ ଘରେ ଗୁଣି ଗାରେଡି କରି ପୂଜାର୍ଚ୍ଚନା କରୁଥିବାରୁ ବୃଦ୍ଧ ବାପା ମାଆ ବିରୋଧ କରିଥିଲେ। ଏଥିରେ ପୁଅ ରାଗିଯାଇ ବୃଦ୍ଧ ବାପାକୁ ଧକା ତଣ୍ଟିଆ ମାରିବା ପରେ ଭୁଜାଲି ଧରି ବାପାମାଆଙ୍କୁ ଆକ୍ରମଣ କରିଥିଲା। ଘରକୁ ଫେରିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛି ନିଷ୍ଠୁର ପୁଅ । ବାପା ନୃସିଂହ ସେଠୀଙ୍କ ତିନି ପୁଅଙ୍କର ବିବାହ କାର୍ଯ୍ୟ ସାରିଦେଇ ବଡ ପୁଅ ମାନସ ପାଖରେ ରହୁଥିଲେ । କିନ୍ତୁ ବଡ ପୁଅ ମାନସ ସେଠୀ ପ୍ରତିଦିନ ଘରେ ଗୁଣିଆ ସହିତ ମଧ୍ୟ ରାତ୍ରୀରେ ଗୁଣିଗାରେଡିରେ ପୂଜାର୍ଚ୍ଚନା କରିଥାଏ ।

ଶନିବାର ରାତିରେ ମଧ୍ୟ ଗୁଣିଆ ସହିତ ପୂଜାର୍ଚ୍ଚନା ଆରମ୍ଭ କରିଥିଲା ମାନସ । ତେବେ ଏହି ସବୁ ଅନ୍ଧ ବିଶ୍ବାସକୁ ବୃଦ୍ଧ ବାପାମାଆ ବିରୋଧ କରିଥିଲେ। ଏଥିରେ ପୁଅ ମାନସ ରାଗି ଯାଇଥିଲା । ଆଜି ସକାଳେ ବୃଦ୍ଧ ବାପକୁ ଘରୁ ଘୋଷାଡି ମାଡ ମାରିଥିଲା ମାନସ । ପରେ ଏକ ଧାରୁଆ ଭୁଜାଲି ଧରି ବୃଦ୍ଧ ବାପାମାଆଙ୍କୁ ଗୋଡେଇ ଥିଲା । କୌଣସି ମତେ ବୃଦ୍ଧ ସ୍ବାମୀ, ସ୍ତ୍ରୀ ନିଜ ଜୀବନ ବଞ୍ଚାଇ ଭୁବନ ଥାନାର ଦ୍ବାରସ୍ଥ ହେବା ସହିତ ପୁଅ ମାନସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।