ଅପରାଧ ରାଜ୍ୟ

ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ… ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ବାପା

ପାରଦୀପ ୨୫।୮: ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ, ମୁଁ ଗରିବ ଲୋକ ଝିଅର ଶାଶୁଘର ଲୋକ ବଡ଼ଲୋକ ହୋଇଥିବାରୁ ମୋ ଝିଅକୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଶେଷରେ ଝିଅକୁ ମାରିଦେଇଥିବା ନେଇ କାନ୍ଦି କାନ୍ଦି କହୁଛନ୍ତି ଝିଅର ବାପା । ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଚାନ୍ଦିନୀ ପଡ଼ାରେ ।

ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବେ ଝଙ୍କଡ଼ କୋଷ୍ଟି ମଙ୍ଗଳପୁରର ଦେବ ମଣ୍ଡଳଙ୍କ ବଡ଼ ଝିଅ ଚାନ୍ଦିନୀପଡାର ଇନ୍ଦ୍ରଜିତ ରାମଙ୍କ ବଡ ପୁଅଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବିଭିନ୍ନ ସାମଗ୍ରୀ ସହିତ ୫୦ ହଜାର ଟଙ୍କା ଦେଇଥିଲେ ଝିଅ ଘରଲୋକ । ତେବେ ବିବାହ ପରେ ବାରମ୍ବାର ଶାଶୁଘର ତରଫରୁ ଝିଅକୁ ଯୌତୁକ ନିର୍ଯାତନା ଦେବା ସହ ଶେଷରେ ଝିଅକୁ ମାରିଦେଇଥିବା ନେଇ ବାପା ଦେବ ମଣ୍ଡଳ ଓ ସାନଭଉଣୀ ଭାନି ମଣ୍ଡଳ ଅଭିଯୋଗ ଆଣିଛନ୍ତି । ତେବେ ବୋହୂ ବାପଘରକୁ ଯିବା ପାଇଁ ଜିଦ୍ ଧରିଥିଲେ । ଗୁରୁବାର ସକାଳୁ ବୋହୂକୁ ତା ବାପଘରକୁ ନେଇଯିବା ପାଇଁ ପୁଅକୁ କହିବା ପରେ ବୋହୂ ନାତିକୁ ନେଇ ଘର ଭିତରକୁ ପଳାଇଥିଲା । କିଛି ସମୟ ପରେ ଘର ଭିତରେ ନାତି କାନ୍ଦିବାରୁ ନାତିକୁ ଆଣିବାକୁ ଯାଇଥିବା ବେଳେ ଘରର କବାଟ ବନ୍ଦ ଥିଲା । ତେଣୁ ଘର କବାଟ ଭାଙ୍ଗି ଦେଖିବା ବେଳକୁ ବୋହୂ ବେକରେ ରଶି ଲଗାଇ ଝୁଲୁଥିଲା । ବୋହୂକୁ ତଳକୁ ଓହ୍ଲାଇ ମେଡିକାଲ ନେଇଥିଲୁ । କିନ୍ତୁ ସେଠାରେ ବୋହୂର ମୃତ୍ୟୁ ହୋଇଥିବା ଶ୍ବଶୁର ଇନ୍ଦ୍ରଜିତ କହିଛନ୍ତି ।

ତେବେ ଝିଅକୁ ଯୌତୁକ ପାଇଁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଶାଶୁଘର ଲୋକ ଅପଚେଷ୍ଟା କରୁଥିବା ବେଳେ ପୋଲିସ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ମୃତ ମୃତକଙ୍କ ବାପା ଓ ଭଉଣୀ ଅନୁରୋଧ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।