ଅପରାଧ ରାଜ୍ୟ

ଯୌତୁକ ନେଲା କି ଜୀବନ ? ନବବଧୂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା…

ଅନୁଗୁଳ ୦୪।୦୬: ଶାଶୂ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । ଯୌତୁକ ବାବଦରେ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର । ଅନୁଗୁଳ ବେନ୍ତର ଗାଁରେ ଏଭଳି ଅଘଟଣ ଘଟିଛି ।

ସେପଟେ ନବବଧୂଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସସ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକ ମାରି ଦେଇଥିବା ଅନଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ବାପା। ଆଗରୁ ସସ୍ମିତାଙ୍କୁ ଯୌତୁକ ବାବଦରେ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଏଥିରେ ସସ୍ମିତାଙ୍କ ସ୍ବାମୀ ଚିତ୍ତରଂଜନ ପରିଡା,ଶାଶୁ ଏବଂ ଶଶୁର ରହିଥିବା ଅଭିଯୋଗ କରିଛନ୍ତି। ଅନଗୁଳ ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।