ଅପରାଧ ରାଜ୍ୟ

ଯୌତୁକ ଜୁଇରେ ଜଳିଗଲେ ‘ସପ୍ନାଳୟା’, ବିବାହର ଦେଢ ବର୍ଷ ପରେ ମାରିଦେଲେ ଶାଶୂଘରଲୋକ !

ନିଶ୍ଚିତକୋଇଲି ୦୪।୧୦: ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ଶ୍ଵଶୁର ଘର ଲୋକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି।

ଖବର ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁର ରାମଚନ୍ଦ୍ର ପଣ୍ଡାଙ୍କ ସାନପୁଅ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଗତ ୨୦୦୦ ମସିହାରେ ସାଲେପୁର ଥାନା ସପନପୁର ଗାଁର ପରିକ୍ଷିତ ଷଡ଼ଙ୍ଗୀଙ୍କ ଝିଅ ସପ୍ନାଳୟା ପଣ୍ଡା ବୈଦିକ ରୀତିନୀତିରେ ବିବାହ କରିଥିଲେ। ବରପକ୍ଷଙ୍କ ଦାବି ଅନୁଯାୟୀ ଝିଅ ଘର ପକ୍ଷରୁ ଯୌତୁକ ଦିଆଯାଇଥିଲା। ବିବାହର ପାଖାପାଖି ଦେଢ଼ ବର୍ଷ ସପ୍ନାଳୟାଙ୍କ ସଂସାର ହସଖୁସିରେ ଚାଲୁଥିଲା। ହେଲେ ଦେଢ଼ ବର୍ଷ ଠାରୁ ସପ୍ନାଳୟାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଦେଢଶୁର ପ୍ରମୋଦ ପଣ୍ଡା, ସ୍ଵାମୀ ପ୍ରଦ୍ୟୁମ୍ନ ପଣ୍ଡା ଓ ତାଙ୍କ ପରିବାରର ସଦସ୍ୟମାନେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ।

ସୋମବାର ପରିବାର ସଦସ୍ୟଙ୍କ ସହ ପ୍ରମୋଦ ପଣ୍ଡା ଓ ସ୍ଵାମୀ ପ୍ରଦ୍ୟୁମ୍ନ ପଣ୍ଡା ମିଶି ସପ୍ନାଳୟାଙ୍କୁ ତକିଆ ପକାଇ ମାରିଦେଇଥିବା ସପ୍ନାଳୟାଙ୍କ ଭାଇ ସନ୍ତୋଷ ଷଡ଼ଙ୍ଗୀ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୧୬୮/୨୦୨୨ ରେ ମାମଲା ରୁଜୁ କରି ୪୯୮(କ),୩୦୨,୨୯୪,୫୦୬ ଓ ୩୪ ଆଇପିସି ଧାରା ଲଗାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଥାନାରେ ଅଟକ ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।