ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୋଶୀମଠ ଉପରେ ବର୍ଷାର ଦାଉ: ଚଉଡ଼ା ହେଉଛି ଫାଟ, ଅଧିକ ଦବୁଛି ମାଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଓ ଆଖପାଖ ଅଞ୍ଚଳରେ ମାଟି ଦବିବା ସହ ଘରମାନଙ୍କରେ ଫାଟ ଦେଖାଯିବା ଘଟଣା ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ବୁଧବାର ରାତି ଓ ଗୁରୁବାର ସକାଳେ ହୋଇଥିବା ବର୍ଷା ଏହି ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ଭୟରେ ଘର ଛାଡ଼ି ପଳାଉଥିବା ବାସିନ୍ଦାଙ୍କ କହିବା ଅନୁସାରେ ବର୍ଷା ପରେ ମାଟି ଅଧିକ ଦବିବା ସହ ଅନେକ ଘରେ ନୂଆ ଫାଟ ଦେଖାଯାଇଛି ଏବଂ ପୁରୁଣା ଫାଟଗୁଡ଼ିକ ଚଉଡ଼ା ହୋଇଛି। ସହର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପୁଣି ୨୫ରୁ ୨୮ଟି କୋଠାରେ ଫାଟ ଦେଖାଦେଇଛି। ଏଣୁ ଉଦ୍ଧାର କାର୍ଯ୍ୟ ଏବଂ ବିପଦସଂକୁଳ ଘରୁ ଲୋକଙ୍କୁ ଅନ୍ୟତ୍ର ନେବା ପାଇଁ ଯୋଶୀମଠକୁ ଯବାନମାନଙ୍କୁ ପଠାଯାଇଛି। ଆଜି ସହରର ବିଭିନ୍ନ ସ୍ଥାନରେ ମାଟି ଦବିବା ସହ କେତେକ ସ୍ଥାନରେ ଅତଡ଼ା ଧସିଥିବାରୁ ଏ ବାବଦ ବିପଦର ପ୍ରଭାବ ଆକଳନ କରାଯାଉଛି।

ଇତିମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସହରରେ ସରକାରୀ ଅବହେଳା ବିରୋଧରେ ପ୍ରତିବାଦକାରୀମାନଙ୍କ ସହ ବୈଠକ କରିଛନ୍ତି। ସ୍ଥାନୀୟ ଲୋକମାନେ ଭଙ୍ଗାଯାଉଥିବା ଘରଗୁଡ଼ିକ ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ଏପର୍ଯ୍ୟନ୍ତ ୧୩୧ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସ୍‌ଡିଆର୍‌ଏଫ୍‌ କମାଣ୍ଡାଣ୍ଟ ନୀଳକାନ୍ତ ମିଶ୍ର କହିଛନ୍ତି। ୭୦୦ ଘରକୁ ବିପଦସଂକୁଳ ବୋଲି ଚିହ୍ନଟ କରି ନାଲି ଛକ ମରାଯାଇଛି ଏବଂ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଗୁରୁବାର ଯୋଶୀମଠର ନରସିଂହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଭାବିତ ପରିବାରଗୁଡ଼ିକୁ ଭେଟିବା ସହ ରିଲିଫ କ୍ୟାମ୍ପଗୁଡ଼ିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବୟଂ ଯୋଶୀମଠ ପରିସ୍ଥିତିର ସମୀକ୍ଷା କରୁଛନ୍ତି ଏବଂ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ