ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯୋଡ଼ା : ବୈଧାନିକ ଅନୁମତି ନ ଥିବାରୁ ଖଣି ବନ୍ଦ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଲୁହାପଥର ଉପରେ ରପ୍ତାନି ଶୁଳ୍କ ବୃଦ୍ଧିର ପ୍ରଭାବ ଖଣି ରାଜସ୍ବ ସଂଗ୍ରହ ଉପରେ ପଡ଼ିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରୁ ଗତବର୍ଷ ଅପେକ୍ଷା ଏଥର ୮ ହଜାର ୫ ଶହ କୋଟି ଟଙ୍କାର କମ୍ ଖଣି ରାଜସ୍ବ ସଂଗ୍ରହ ହୋଇଥିବା ସୂଚନା ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୪ ହଜାର ୫୪୯.୯୯ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ମାସେ ବାକିଥିବା ବେଳେ ଏଯାଏ ୧୬ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ସୂଚନା ମିଳିଛି।
ବୈଧାନିକ ଅନୁମତି ନଥିବାରୁ ୫୯ଟି ଖଣି କାର୍ଯ୍ୟକ୍ଷମ ହୋଇପାରିନି
ରପ୍ତାନି ଶୁଳ୍କ ବୃଦ୍ଧି ଯୋଗୁଁ ୬ମାସ ପ୍ରଭାବିତ ହୋଇଥିବା ଖଣି କାରବାର
ବଜାର ଚାହିଦା ଅଭାବରୁ ବି କମିଛି ଉତ୍ତୋଳନ
ଯୋଡ଼ା ଖଣି ମଣ୍ଡଳରେ ରହିଛି ୯୪ଟି ଖଣି। ଏଥିରୁ ୩୧ଟି ଖଣି କାର୍ଯ୍ୟକ୍ଷମ ଥିବାବେଳେ ୪ଟି ଖଣିକୁ କେବଳ ପୂର୍ବରୁ ଖନନ ହୋଇଥିବା ଖଣିଜ ପରିବହନ ପାଇଁ ଅନୁମତି ମିଳିଛି। ଆହୁରି ୫୯ଟି ଖଣି ଥିଲେ ମଧ୍ୟ ବୈଧାନିକ ଅନୁମତି ନଥିବାରୁ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନି। ଏତେ ସଂଖ୍ୟାରେ ଖଣି ବନ୍ଦ ହୋଇ ରହିବା ରାଜସ୍ବ ସଂଗ୍ରହ ହ୍ରାସ ପାଇବାର କାରଣ ବୋଲି କୁହାଯାଉଛି।

ସେହିପରି, ରାଜସ୍ବ ସଂଗ୍ରହ ହ୍ରାସ ପାଇବାର ଅନ୍ୟତମ ପ୍ରମୁଖ କାରଣ ଥିଲା ଲୁହାପଥର ଉପରେ କେନ୍ଦ୍ର ସରକାରଙ୍କ ରପ୍ତାନି ଶୁଳ୍କ ବୃଦ୍ଧି ନିଷ୍ପତ୍ତି। ୨୦୨୨ ମେ’ରେ କେନ୍ଦ୍ର ସରକାର ଲୁହାପଥର ରପ୍ତାନି ଶୁଳ୍କ ବୃଦ୍ଧି କରିଥିଲେ। ୫୮ ଗ୍ରେଡ୍ରୁ କମ୍ ଲୁହାପଥର ଉପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ଯୋଡ଼ା ଖଣିମଣ୍ତଳରୁ ସାଧାରଣତଃ ୫୮ ଗ୍ରେଡ୍ ଓ ଏହାଠାରୁ କମ୍ ଗ୍ରେଡ୍ର ଲୁହାପଥର ଉତ୍ତୋଳନ ଏବଂ ରପ୍ତାନି ହୋଇଥାଏ। ରପ୍ତାନି ଶୁଳ୍କ ବୃଦ୍ଧି ଯୋଗୁଁ ଲୁହାପଥର ଉତ୍ତୋଳନ ଏବଂ ରପ୍ତାନି ଏକପ୍ରକାର ବନ୍ଦ ହୋଇଯାଇଥିଲା। ପିଲେଟ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଏମିତିକି ଅଧିକାଂଶ ପିଲେଟ୍ କାରଖାନା ସେମାନଙ୍କ କ୍ଷମତାର ମାତ୍ର ୨୫ ପ୍ରତିଶତ ଉତ୍ପାଦନ କରୁଥିଲେ। ପିଲେଟ୍ ଉତ୍ପାଦନ ହ୍ରାସ ଏବଂ କେତେକ କାରାଖାନା ବନ୍ଦ ହୋଇଯିବାରୁ ଏହାର ସିଧାସଳଖ ପ୍ରଭାବ ଖଣି ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ଶ୍ରମିକମାନେ କାମ ନପାଇ ହାତବାନ୍ଧି ବସିଥିଲେ।
ଲୁହାପଥର ବିକ୍ରି ହ୍ରାସ ପାଇବାରୁ ଏହାର ପ୍ରଭାବ ପରିବହନ ଶିଳ୍ପ ଉପରେ ମଧ୍ୟ ପଡ଼ିଥିଲା। ଟ୍ରକ୍ ମାଲିକ, ଡ୍ରାଇଭର, ହେଲପର୍ଙ୍କ ଜୀବିକା ବିପନ୍ନ ହୋଇଥିଲା। ରାଜସ୍ବ ଆଦାୟ ମଧ୍ୟ ହ୍ରାସ ପାଇଥିଲା। ଶେଷରେ , ନଭେମ୍ବର ୧୮ରେ କେନ୍ଦ୍ର ସରକାର ଲୁହାପଥର ଉପରେ ଲାଗୁ ହୋଇଥିବା ରପ୍ତାନି ଶୁଳ୍କକୁ ପ୍ରତ୍ୟାହାର କରିଥିଲେ। ଶତକଡ଼ା ୫୮ ଗ୍ରେଡ୍ରୁ କମ୍ ଲୁହାପଥର ଲମ୍ପ୍ସ, ଫାଇନ୍ସକୁ ରପ୍ତାନି ଶୁଳ୍କମୁକ୍ତ କରାଯାଇଥିଲା। ୫୮ ପ୍ରତିଶତ ଓ ତଦୁର୍ଦ୍ଧ୍ବ ଗ୍ରେଡ୍ର ଲୁହାପଥର ଉପରେ ୩୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ପିଗ୍ ଆଇରନ, ଆଇରନ ଓର୍, ପିଲେଟ୍, ଷ୍ଟିଲ ଦ୍ରବ୍ୟ ଉପରୁ ରପ୍ତାନି ଶୁଳ୍କ ଛାଡ଼ କରାଯାଇଥିଲା। ତେବେ, ଏହିସମୟରେ ଲୁହାପଥରର ବଜାର ଦର କମିଯାଇଥିବାରୁ ପୁଣି ଖଣି କାରବାର ପ୍ରଭାବିତ ପାଇଥିଲା। ଏହି ତିନିଟି ପ୍ରମୁଖ କାରଣ ପାଇଁ ଯୋଡ଼ା ଖଣି ମଣ୍ଡଳରେ ଖଣି ରାଜସ୍ବ ଆଦାୟ ହ୍ରାସ ପାଇଥିବା କୁହାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l