ରାଜ୍ୟ

ଯୋଡ଼ାରୁ ୨୧ ହଜାର କୋଟି ଖଣି ରାଜସ୍ବ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ବଢ଼ିଲା ଖଣି ରାଜସ୍ବ ସଂଗ୍ରହ। ଖଣି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ୪୫ ହଜାର କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଛି। ଏଥିରୁ କେବଳ ଯୋଡ଼ା ଖଣି ମଣ୍ଡଳରୁ ୨୧ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଯାହା ମୋଟ ଖଣି ରାଜସ୍ବର ୪୬.୬୬ ପ୍ରତିଶତ ବୋଲି ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ସମୁଦାୟ ୯୭ଟି ଖଣି ରହିଛି। ଏଥିରୁ ୩୩ଟି ଖଣି କାର୍ଯ୍ୟକ୍ଷମ ରହିଥିବା ବେଳେ ଅନ୍ୟ ୫୪ଟି ଖଣି ବିଭିନ୍ନ ବୈଧାନିକ କାରଣ ପାଇଁ କାର୍ଯ୍ୟକ୍ଷମ ହୋଇପାରିନି। ଏସବୁ ଖଣିରୁ ଖଣିଜ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି।

ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଯୋଡ଼ା ଖଣି ମଣ୍ଡଳରୁ ପ୍ରାୟ ୧୭ହଜାର କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଥିଲା। ଏଥର ୪ ହଜାର କୋଟି ଟଙ୍କା ବଢ଼ି ୨୧ ହଜାର କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି। ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି (ଡିଏମ୍‌ଏଫ୍‌)ରେ ୧୫ ଶହ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଯୋଡ଼ା ଖଣି ଉପନିର୍ଦେଶକ ଦୀନେଶ ଅଗ୍ରୱାଲ କହିଛନ୍ତି ଯେ ଗତ ଆର୍ଥିକ ବର୍ଷରେ ବିଭିନ୍ନ ଖଣିରୁ ଖଣିଜ ପରିବହନ ହ୍ରାସ ପାଇଥିଲା। ଯେଉଁଥିପାଇଁ ଖଣି ରାଜସ୍ବ ଆଦାୟ ମଧ୍ୟ କମ୍‌ ହୋଇଥିଲା। ଏଥର ଅପେକ୍ଷାକୃତ ଭାବେ ଅଧିକ ଖଣିଜ ପରିବହନ ହୋଇଛି। ସେହିପରି ୪ଟି ଖଣିରୁ ଖଣିଜ ଉତ୍ତୋଳନ ଓ ପରିବହନ ପାଇଁ ଅସ୍ଥାୟୀ ଅନୁମତି ମିଳିଥିଲା। ଏହି କାରଣରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଖଣି ରାଜସ୍ବ ଆଦାୟ ବୃଦ୍ଧି ପାଇଥିବା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।