ରାଜନୀତି ରାଜ୍ୟ

ଯୋଜନା ପରେ ଯୋଜନା, ତଥାପି ହଟୁନି ଅନ୍ଧାର

ବାରିପଦା : ରାଜ୍ୟର ସର୍ବବୃହତ ଆଦିବାସୀବହୁଳ ଜିଲ୍ଲା ମୟୂରଭଞ୍ଜରେ ୧୩୧୨ ଗାଁ ଏବେ ବି ଅନ୍ଧାରରେ। ବିଦ୍ୟୁତ ସଂଯୋଗ ନଥିବାରୁ ଜିଲ୍ଲାର ୧୫ ହଜାର ୧୦୨ ପରିବାର ଟେଲିଭିଜନ୍‌ ଦେଖିବାରୁ ମଧ୍ୟ ବଞ୍ଚିତ। ଦେଶରେ ୫-ଜି ସେବା ଆରମ୍ଭ ହୋଇଗଲାଣି। ଲୋକେ ପ୍ରତି ସେକେଣ୍ଡରେ ଦେଶ,ବିଦେଶର ଖବର ଜାଣିପାରୁଛନ୍ତି। ହେଲେ ଏସବୁ ଗାଁରେ ଟିଭି ଓ ଇଣ୍ଟରନେଟ୍‌ ସେବା ଅପହଞ୍ଚ ହୋଇଥିବାରୁ ଦେଶ, ବିଦେଶ, ରାଜ୍ୟ କଥା ଦୂରେ ଥାଉ; ନିଜ ଜିଲ୍ଲାରେ ଘଟୁଥିବା ଖବର ସଂପର୍କରେ ବି ବିନ୍ଦୁବିସର୍ଗ ଜାଣିପାରୁନାହାନ୍ତି ଗ୍ରାମବାସୀ।

ମୟୂରଭଞ୍ଜରେ ରାଜସ୍ବ ଗାଁ ସଂଖ୍ୟା ୩ ହଜାର ୯୬୬। ସରକାରୀ ରିପୋର୍ଟ ଅନୁଯାୟୀ, ସବୁ ରାଜସ୍ବ ଗାଁକୁ ବିଦ୍ୟୁତ୍‌ ସଂଯୋଗ ‌ହୋଇଛି। ହେଲେ ୫,୩୫୨ଟି ପଡ଼ା ଗାଁ ମଧ୍ୟରୁ ୧୩୧୨ ଗାଁକୁ ଆଜି ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ରାଜୀବ ଗାନ୍ଧୀ, ବିଜୁ ଜ୍ୟୋତି ଓ ସୌଭାଗ୍ୟ ଯୋଜନାରେ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଥିବା ଗାଁଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ସରକାରଙ୍କ ଘୋଷଣା ମୟୂରଭଞ୍ଜରେ ସତେ ଯେମିତି ପ୍ରହସନ ପାଲଟିଛି। କପ୍ତିପଦା, ବିଶୋଇ, ବାଙ୍ଗିରପୋଷି, ଜାମଦା, ଠାକୁରମୁଣ୍ଡା, ବିଜାତଳା, ଶୁଳିଆପଦା, ବହଳଦା, ଯଶିପୁର ଆଦି ବ୍ଲକ୍‌ର ସର୍ବାଧିକ ଗାଁରେ ବିଜୁଳି ଆଲୁଅ ନାହିଁ। ଆଜି ବି ସୂର୍ଯ୍ୟାସ୍ତ ହେଲେ ଏସବୁ ଗାଁରେ ଡିବିରି ଓ ଲଣ୍ଠନକୁ ଲୋକେ ଭରସା କରନ୍ତି ବୋଲି କହିଛନ୍ତି ବିଶୋଇ ବ୍ଲକ ବାଘବାଡ଼ିପଡ଼ା ଗାଁର ବିଜୁଳି ମହାନ୍ତ ଓ ଦେବଯାନୀ ମହାନ୍ତ।

ଏବେ ବିଦ୍ୟୁତ ପରିଚାଳନା ଦାୟିତ୍ବ ଟାଟା ପାୱାର ହାତରେ। ବିଭିନ୍ନ ଘରୋଇ ସଂସ୍ଥାକୁ ବିଲ୍ ଆଦାୟ ଓ ମିଟର୍‌ ରିଡିଂ ଦାୟିତ୍ବ ଦିଆଯାଉଛି। ହେଲେ ଅନ୍ଧାରରେ ଥିବା ପଡ଼ା ଗାଁଗୁଡ଼ିକୁ କେମିତି ବିଦ୍ୟୁତ ସଂଯୋଗ ହେବ, ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ହେଉନାହିଁ। ୨୦୨୪ ପୂର୍ବରୁ ସବୁ ଗାଁରେ ବିଦ୍ୟୁତ୍‌ ସଂଯୋଗ କରାନଗଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ଯୁବ ସମାଜସେବୀ ଚନ୍ଦନ ଶେଯପଡ଼ା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର