କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଯେଉଁ ସ୍ତ୍ରୀ ଏହି ଦୁଇଟି ଜିନିଷର ଦାନ କରିଥାଏ ସେହି ହୋଇଯାଏ ଦରିଦ୍ର । ଜାଣି ନିଅନ୍ତୁ ।

ଦାନ ଧର୍ମ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଯେଉଁ ମଣିଷ ସମୟ ସମୟରେ ଦାନ ଧର୍ମ କରଥାଏ ତାର କେବେ ଦୁର୍ଗତି ହୋଇ ନଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଦାନ ଧର୍ମ କରୁଥିବା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମନୁଷ୍ୟ ଜୀବନକୁ ଆସିବାକୁ ଯାଉଥିବା ସଙ୍କଟ ଦାନ କରିବା ଦ୍ୱାରା ନଷ୍ଟ ହୋଇଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜୀବନକୁ ସଙ୍କଟ ଆସିବା ପୂର୍ବରୁ ହିଁ ତାହା ଜଣା ପଡ଼ିଯାଏ ଏବଂ ଘରେ କଳହ , କ୍ଳେଶ ଅଶାନ୍ତି ହେବା ଆରମ୍ଭ ହୋଇଯାଏ । ମାତ୍ର ଦାନ ଦୁର୍ଭାଗ୍ୟ ରୂପୀ ରାକ୍ଷସକୁ ନଷ୍ଟ କରି ଦେଇଥାଏ । ଏହାବ୍ୟତୀତ ଗରୁଡ଼ ପୁରାଣରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଦାନ କରିବା ଦ୍ୱାରା ଜୀବନରେ କେବେବି ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ି ନଥାଏ ।

ସାଧରଣତଃ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ତ୍ରୀ ମାନେ ଯଦି ଏହି ତିନି ପ୍ରକାରର ଜିନିଷ ଦାନ କରନ୍ତି ତେବେ କେବେବି ସେମାନଙ୍କର ଅଧଗତି ହୁଏନାହିଁ ଏବଂ ସେମାନଙ୍କ ସ୍ୱାମୀର ଭାଗ୍ୟ ମଧ୍ୟ ପ୍ରବଳ ହୋଇଥାଏ । ଏହାବ୍ୟତୀତ କିଛି ଏଭଳି ଜିନିଷ ଅଛି ଯାହାକୁ ଦାନ କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାନ୍ତି । ଗ୍ରହ ମାନଙ୍କର ଚଳନ କାରଣରୁ ଅନେକ ସମୟରେ ଭାଗ୍ୟରେ ସମସ୍ୟା ଦେଖା ଦେଇଥାଏ ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଲୁଣ ଦାନ କରି ପାରିବେ । ଏହାଦ୍ବାରା ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତି କୌଣସି ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ତାଙ୍କୁ କୌଣସି ଭୟ ଘାରୁଛି ତେବେ ସେ ନାଲି ବସ୍ତ୍ର ଦାନ କରିବା ଉଚିତ ।

ଯଦି କୌଣସି ବ୍ୟକ୍ତିକୁ ଖରାପ ଚିନ୍ତାଧାରା ଆସୁଛି ତେବେ ସେ କଳା ତିଳ ଦାନ କରିବା ଉଚିତ । ଏହାଦ୍ବାରା ମସ୍ତିଷ୍କ ଶାନ୍ତ ହୋଇଥାଏ । ଧଳା ତିଳ ଦାନ କରିବା ଦ୍ୱାରା ମନୁଷ୍ୟର ପାପ ନଷ୍ଟ ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବିବାହିତା ମହିଳା ସୋମବାର ଶିବ ମନ୍ଦିରକୁ ଯାଇ ଚାଉଳ ଏବଂ ଚିନି ଦାନ କରିଥାଏ ସେହି ମହିଳା କେବେବି ବିଧବା ହୁଏନାହିଁ । ଏହାବ୍ୟତୀତ ଗୁଡ଼ ଏବଂ ଘିଅ ଦାନ କରିବା ଦ୍ୱାରା ବ୍ୟକ୍ତିର ଜାତକର ସୂର୍ଯ୍ୟ ପ୍ରବଳ ହୁଅନ୍ତି ଏବଂ ଶନିଙ୍କ ପ୍ରଭାବ ମଧ୍ୟ କମ ହୋଇଯାଏ । ଯଦି ସନ୍ଧ୍ୟା ସମୟରେ କେହିବି ପଇସା ମାଗିବାକୁ ଆସୁଛନ୍ତି ତେବେ ତାହା କାହାକୁ ଦେବା ଉଚିତ ନୁହେଁ । ବିବାହିତା ମହିଳା କେବେବି ନିଜ ଗହଣା କାହାକୁ ଦେବା ଉଚିତ ନୁହେଁ ।

ଏହାବ୍ୟତୀତ ଅନ୍ୟ କୌଣସି ବିବାହିତା ମହିଳା ଠାରୁ କୌଣସି ଗହଣା କିମ୍ବା ସିନ୍ଦୁର ଧାର ନେଇ ପିନ୍ଧିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଜୀବନ ଉପରେ ବିପଦ ଆସିବା ସହିତ ଦୁର୍ଭାଗ୍ୟ ଆସିଥାଏ । କେବେ କାହାକୁ ଘଡ଼ି ଦେବା ଉଚିତ ନୁହେଁ । ନଚେତ ଆପଣଙ୍କର ଖରାପ ଭାଗ୍ୟ କିମ୍ବା ସୌଭଗ୍ୟ ଅନ୍ୟ ପାଖକୁ ଚାଲିଯାଏ । ପୂଜା ସମୟରେ କିମ୍ବା କୌଣସି ଶୁଭ କାର୍ଯ୍ୟ ପାଇଁ ଅନ୍ୟ ଘରୁ ଶଙ୍ଖ ଆଣି ବଜାଇବା ଉଚିତ ନୁହେଁ ଏବଂ ନିଜ ଘରର ମନ୍ଦିରରେ ଥିବା ଶଙ୍ଖ ଅନ୍ୟ କାହାକୁ ଦେବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ । ବିବାହିତା ମହିଳା ନିଜର ଷୋହଳ ଶୃଙ୍ଗାର ମଧ୍ୟରୁ କୌଣସିଟି ମଧ୍ୟ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ