ରାଜ୍ୟ ସ୍ୱାସ୍ଥ୍ୟ

ଯେଉଁ ସାମ୍ବାଦିକମାନଙ୍କର ଦ୍ବିତୀୟ ଡୋଜ ନେବା ୯ମାସ ହୋଇଯାଇଥିବ, ସେମାନେ ପ୍ରିକସନ ଡୋଜ ନେଇପାରିବେ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର:ଯେତେ ଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି। ଯେଉଁମାନଙ୍କର ଦ୍ବିତୀୟ ଡୋଜ ନେବାର ୯ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡୋଜ ନେଇ ପାରିବେ।

ବର୍ତ୍ତମାନ ସୁଦ୍ଧା ମୋଟ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ ଟିକା ଦିଆଯାଇଛି। ସେଥିରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ ହଜାର ୧୪୧, ଉଭୟ ଡୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭, ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ ଲକ୍ଷ ୮୮ ହଜାର ୧୮୧ ପ୍ରିକସନ ଡୋଜ ଦିଆଯାଇଛି।
ଏଣେ ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି।
ଏବେ ରାଜ୍ୟରେ ୮୮ ହଜାର ଆକ୍ଟିଭ କେସ ରହିଛି କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି, ଯାହା ଆମ ପାଇଁ ଆଶାସ୍ୱନାର ବିଷୟ। ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡି ନାହିଁ। ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି, ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଚାରୋଟି ଜିଲ୍ଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି।
ଓମିସିଓର କିଟ ଏକ ସାମ୍ପୁଲ ଷ୍ଟଡି। ଆଇସିଏମର ମଧ୍ୟ କହିଛି ଓମିକ୍ରନ ଜାଣିଲେ ଟ୍ରିଟମେଣ୍ଟରେ କୌଣସି ଫରକ ପଡୁନାହିଁ। ଟ୍ରିଟମେଣ୍ଟ ସମାନ, ଏହା କେବଳ ଏପିଡେ଼ମିକ ଷ୍ଟଡି ପାଇଁ ବ୍ୟବହାର କରଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ