ରାଜନୀତି ରାଜ୍ୟ

ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ: କେନ୍ଦ୍ର ବିରୋଧରେ ଜୋର୍‌ଦାର ଆନ୍ଦୋଳନ ହେବ

ଭୁବନେଶ୍ବର : ସାଧାରଣ ନିର୍ବାଚନ ଆଉ ଏକ ବର୍ଷରୁ କମ୍ ସମୟ ଅଛି। ଏଥି ପାଇଁ ବିଜେଡି ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମ ଜୋର୍‌ଦାର କରାଯାଇଛି। ନବୀନ ନିବାସରେ ବରିଷ୍ଠ ନେତାମାନଙ୍କୁ ନେଇ ନିୟମିତ ବୈଠକ ଆରମ୍ଭ ହୋଇଛି। ସେହିପରି ଯୁବ ଓ ଛାତ୍ର ସଂଗଠନକୁ ଅଧିକ ସକ୍ରିୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କ୍ରମରେ ଆଜି ଶଙ୍ଖ ଭବନରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋର୍‌ଦାର ଆନ୍ଦୋଳନ କରିବାକୁ ବୈଠକରେ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି। ପେଟ୍ରୋଲ୍‌, ଡିଜେଲ୍‌ ଓ ଗ୍ୟାସ୍‌ ଦର ବୃଦ୍ଧି, ମହାନଦୀ ଓ ପୋଲାଭରମ୍‌ ବିବାଦ, ଧାନର ଏମ୍‌ଏସ୍‌ପି ବୃଦ୍ଧି ଓ କେନ୍ଦ୍ରର ଅନୁଦାନ କମିବା ଆଦି ପ୍ରସଙ୍ଗକୁ ନେଇ ବିଜୁ ଯୁବ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ମଧ୍ୟ ସଂଗଠନ ଦାବି କରିବ।

ଓଡ଼ିଶାର ବିକାଶରେ ଯୁବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ନବୀନ
ସୋସିଆଲ୍‌ ମିଡିଆରେ ସକ୍ରିୟ ହେବାକୁ ଆହ୍ବାନ

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ି ହୋଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୦୦ ମସିହାରେ ବିଜେଡି ଦାୟିତ୍ବ ନେଲା ବେଳେ ଓଡ଼ିଶା କେଉଁଠି ଥିଲା ଏବେ କେଉଁଠି ପହଞ୍ଚି ପାରିଛି। ରାଜ୍ୟ ବିକାଶରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆହୁରି ଆଗେଇବ। ଖାଦ୍ୟ ନିରାପତ୍ତା, ବିପର୍ଯ୍ୟୟ ପରିଚାଳନା, ଅର୍ଥ ପରିଚାଳନା, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ, କ୍ରୀଡ଼ା, ଆଇଟି, ସହରୀ ବିକାଶ, ଭିତ୍ତିଭୂମି ବିକାଶ, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି। ଯୁବକମାନଙ୍କ ଅବଦାନ ବିନା ଏହା ସମ୍ଭବ ନୁହେଁ। ମୋର ସମସ୍ତଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟରେ ରାଜ୍ୟକୁ ପ୍ରାଥମିକତା ଭାବରେ ରଖିବେ ଏବଂ ଏହାର ବିକାଶ ପାଇଁ କାର୍ଯ୍ୟ କରିବେ।
ବିଜେଡି ସଭାପତି ଆହୁରି କହିଥିଲେ ଯେ ଆଜିକାଲି ସୋସିଆଲ ମିଡିଆ ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଆପଣମାନେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତୁ। ଆମେ ସବୁବେଳେ ଲୋକଙ୍କ ଭଲ ସମୟ, ଖରାପ ସମୟ ଓ ପରିବର୍ତ୍ତନ ସମୟ ସହିତ ରହି ଆସିଛୁ। ଆମର ପ୍ରୟାସ ପ୍ରତି ଆମର ଆଭିମୁଖ୍ୟରେ ସର୍ବଦା ମାନବ ଚେହେରା ରହିଆସିଛି। ତାହା ହେଉଛି ଆମର ହଲମାର୍କ ଓ ଆମର ଶକ୍ତି।

ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏଥିରେ ଯୋଗ ଦେଇ ଦଳର ସାଂଗଠନିକ ସ୍ଥିତି ଉପରେ ଆଲୋଚନା କରିଥିଲେ। ବିଜେଡି ସାଧାରଣ ସମ୍ପାଦକ(ଯୁବ-ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ। ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ରାୟ କହିଥିଲେ, ନବୀନ ଓଡ଼ିଶା ଗଠନ କରିବାରେ ଯୁବସମାଜ ନିଜର ଦାୟିତ୍ବ ନିର୍ବାହ କରିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଷଷ୍ଠ ଥର ନିର୍ବାଚିତ କରିବାରେ ଯୁବକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ଯୁବ ସଂଗଠନର ସବୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅବରସରରେ ରାଜନୈତିକ, ସାଂଗଠନିକ, ଧନ୍ୟବାଦ ଓ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର