ଅପରାଧ ରାଜ୍ୟ

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ

କେନ୍ଦୁଝର ୨୭।୬: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣଙ୍କ ତାଙ୍କ ଘରେ କାମ କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରେ ଥିବା ଏକ ଆମ୍ବ ଗଛରେ ତାଙ୍କ ଘରେ କାମ କରୁଥିବା ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତ ଯୁବତୀ ହେଲେ ମୟୂରଭଞ୍ଜ ଜିଲ୍ଲା ଜାମୁନାଳିଆ ଗାଁର ରେଣୁବାଳା ଗିରି । ଯୁବତୀଙ୍କ ଗୋଡ ତଳେ ଲାଗିଥିବା ବେଳେ ଆଣ୍ଠୁ ଦୁଇଟି ତଳେ ଇଟା ରହିଛି । ତେଣୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଯୁବତୀଙ୍କୁ କେହି ହତ୍ୟା କରି ଏଠାରେ ଝୁଲାଇ ଦେଇଥିବା ଜଣାପଡୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି । ସେମାନେ ଆସି ପହଞ୍ଚିବା ପରେ ତାଙ୍କଠାରୁ କିଛି ସୂଚନା ମିଳିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।