ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁବତୀଙ୍କୁ ମୁମ୍ବାଇରେ ହତ୍ୟା ପରେ ଓଡ଼ିଶା ଆଣି ମୃତଦେହ ଫିଙ୍ଗିଥାନ୍ତା ଲିଭ୍-ଇନ୍ ପାର୍ଟନର

ଭୁବନେଶ୍ବର: ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଏକ ଟ୍ରଲି ଆଟାଚିରେ ସୁନ୍ଦରଗଡ଼ ଅଞ୍ଚଳର ଯୁବତୀ ପ୍ରତିମା ପାୱଲ୍ କିସପଟ୍ଟାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ଅଭିଯୁକ୍ତ ପ୍ରେମିକ ଅସ୍କର ମନୋଜ ବାର୍ଲାକୁ ଜେରା ପରେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଗତ ୧୯ ତାରିଖରେ ପ୍ରେମିକାକୁ ହତ୍ୟା କରିବା ପରେ କିଣିଥିବା ଟ୍ରଲି ଆଟାଚିରେ ମୃତଦେହକୁ ପୂରାଇଥିଲା। ସେ ରହୁଥିବା ଧାରାବି ଅଞ୍ଚଳରେ ଭଡ଼ା ଘରେ ଏହି କାଣ୍ଡ ଘଟାଇଥିଲା। ଏକ ଅଟୋରେ ମୃତଦେହ ଥିବା ଟ୍ରଲି ଆଟାଚିକୁ ଧରି ଫିଙ୍ଗିବା ଲାଗି ବିଭିନ୍ନ ସ୍ଥାନ ବୁଲିଥିଲା। ପ୍ରାୟ ୩/୪ ଘଣ୍ଟା କାଳ ବିଭିନ୍ନ ସ୍ଥାନ ବୁଲିଥିଲା। କିନ୍ତୁ ମୃତଦେହ ଫିଙ୍ଗିବା ପାଇଁ ଅଭିଯୁକ୍ତ ଅସ୍କର ମନୋଜକୁ କେଉଁଠି ସୁଯୋଗ ମିଳି ନ ଥିଲା।

ଏହା ପରେ ମୃତଦେହକୁ ଓଡ଼ିଶା ଆଣି ଫିଙ୍ଗିବା ଲାଗି ଯୋଜନା କରିଥିଲା। ଅଟୋରେ କୁର୍ଲା ଷ୍ଟେସନ ଯାଇଥିଲା। କିନ୍ତୁ ସେଠାରେ ପୁଲିସ ପହରା ଓ ଲଗେଜ ସ୍କାନରରେ ଯାଞ୍ଚ କରାଯାଉଥିବା ଦେଖି ଭିତରକୁ ଯାଇ ନ ଥିଲା। ଷ୍ଟେସନ କାମ ଚାଲୁଥିବାରୁ ସେଠାରେ ଟ୍ରଲି ଆଟାଚି ଛାଡ଼ି ଫେରାର ହୋଇଯାଇଥିଲା। ଜେରା ବେଳେ ଅଭିଯୁକ୍ତ ଠାରୁ ଏମିତି କିଛି ତଥ୍ୟ ଜାଣିବାକୁ ପାଇଛି କୁର୍ଲା ପୁଲିସ। ଅଧିକ ତଥ୍ୟ ଓ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ଲାଗି ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରତିମା ଓ ଅସ୍କର ମନୋଜ ଉଭୟ ମୁମ୍ବାଇର ଧାରାବି ଅଞ୍ଚଳରେ ରହୁଥିଲେ। ଲକଡାଉନ୍ ସମୟରେ ବସ୍ ଯୋଗେ ସୁନ୍ଦରଗଡ଼ ଫେରୁଥିବା ବେଳେ ପରସ୍ପର ସହ ଭେଟ ହୋଇଥିଲା। ଏହା ପରେ ସେମାନଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅସ୍କର ମନୋଜ ଏକ ମିଠା ଦୋକାନରେ କାମ କରୁଥିବା ବେଳେ ପ୍ରତିମା ବିଭିନ୍ନ ଘରେ କାମ କରୁଥିଲେ। ଲକ୍‌ଡାଉନ୍ ପରେ ସେମାନେ ମୁମ୍ବାଇ ଫେରି ଏକାଠି ଲିଭ୍-ଇନରେ ରହିଥିଲେ। ପ୍ରତିମା ଆଉ କାହା ସହ ସମ୍ପର୍କରେ ଥାଇ ପାରନ୍ତି ବୋଲି ଅସ୍କର ମନୋଜ ସନ୍ଦେହ କରି ଗତ ୧୯ ତାରିଖରେ ତାଙ୍କର ଗଳା ଚିପି ହତ୍ୟା କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।