ଅପରାଧ ରାଜ୍ୟ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶୁକ୍ରବାରଠୁ ଥିଲେ ନିଖୋଜ

ଚଣ୍ଡିଖୋଲ ୦୯।୧୦ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଓଲର ଗାଁର ଘଟଣା । ମୃତକଙ୍କ ନାମ ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନ ସମୟରେ ବ୍ୟାଙ୍କକୁ ଯାଉଥିବା କହି ଘରୁ ଆସିଥିଲେ । ହେଲେ ଆଉ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ପରିବାର ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ ତଦନ୍ତ ବେଳେ ଏସାର ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ନାଳ ନିକଟରୁ ଭାଗ୍ୟଧରଙ୍କ ସାଇକେଲ୍‌, ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିନଥିଲା । ପରେ ରବିବାର ଦିନ ଗ୍ରାମବାସୀମାନେ ଭାଗ୍ୟଧରଙ୍କ ଶବ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।