ସାନଖେମୁଣ୍ଡି ୩୦/୦୬: ଶେରଗଡ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟେ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି । ଉକ୍ତ ଯୁବକ ଜଣଙ୍କ ହେଲେ ରାମଗିରି ଗ୍ରାମର ସିମାଞ୍ଚଳ ସାହୁ ବୟସ ୨୫ ବର୍ଷ । ପାଖରେ ଜୋତାଓ ମୋବାଇଲ ଓ ବେକରେ ତଣ୍ଟି ଚିପା ଦାଗ ଦେଖି ଶେରଗଡ ପୋଲିସ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି ।
ପାରିପାର୍ଶ୍ୱିକ ସ୍ଥିତି ଓ ଘର ଲୋକଙ୍କ ପଚରାଉଚରା ପରେ ସୀମାଞ୍ଚଳ କିଛି ବର୍ଷ ହେଲା ଭୁବନେଶ୍ୱର ଏକ ହୋଟେଲରେ ରହୁଥିଲେ । ସେଠାରେ ରହିବା ପରେ ଗତ ଦୁଇ ଦିନ ହେଲା ସେ ରାମଗିରି ଆସିଥିଲେ । ଭୁବନେଶ୍ୱରରେ କିଛି ବଚସା ହୋଇଥାଇପାରେ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।
କୌଣସି ପ୍ରକାରେ ଏକ ମାମଲା ରୁଜୁ କରି ଖେଳ ପଡ଼ିଆରୁ ସୀମାଞ୍ଚଳର ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇ ଦେଇଛି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ଵଷ୍ଠ ହେବ ବୋଲି ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।