ଧର୍ମଗଡ ୧୧।୭: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁ ଶିବମନ୍ଦିର ନିକଟରେ ଥିବା ଏକ ବର ଗଛରେ ଜଣେ ଯୁବଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତ ଯୁବକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗାଁର ଦିବାକର ମାଝୀ ବୋଲି ଜଣାପଡିଛି । ସେ ନିଜ ଭଉଣୀଙ୍କ ଘର ଘଣ୍ଟିଗୁଡା ଗାଁରେ ରହୁଥିଲେ । ଯୁବକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।