ଅପରାଧ ରାଜ୍ୟ

ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣା: ଉଭୟ ଅଭିଯୁକ୍ତ ଅଟକ

କଟକ: ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣାକୁ ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ସେ କହିଛନ୍ତି, ଦୁଇ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ। ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୂର୍ବରୁ ସେଦୁହେଁ କୌଣସି ଅପରାଧରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି |

ସେ ଆହୁରି କହିଛନ୍ତି, ଉଭୟ ଅଭିଯୁକ୍ତ ଲାଲବାଗ ଅଞ୍ଚଳର ଅଟନ୍ତି। ଉକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି। ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇବା ସମୟରେ ଯଦି କୌଣସି ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଓ ଏହି ଘଟଣାକୁ ଯଦି ଟ୍ରାଫିକ ପୁଲିସ ଅଣଦେଖା କରିଥିବେ, ତେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୀଡ଼ିତକୁ ଖୋଜାଖୋଜି ଜାରି ରଖିଛୁ। କଣ୍ଟ୍ରୋଲ ରୁମରେ ଏପରି କୌଣସି ଦୃଶ୍ୟ ରେକର୍ଡ ହୋଇ ନାହିଁ। ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ନେଇ ଦାୟିତ୍ୱ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଉଧାର ଟଙ୍କା ଫେରସ୍ତ ନଦେବାରୁ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ଦଣ୍ଡ ଦେଇଛନ୍ତି। ଯୁବକଙ୍କୁ ବାଇକ୍ ପଛରେ ବାନ୍ଧି ୨କିଲୋମିଟରରୁ ଅଧିକ ଦୂର ଦୌଡ଼ାଇବା ସହ ପ୍ରତିରୋଧ କରିବାକୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି। ସହର ଭିତରେ ମିସନ୍ରୋଡ୍ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅପରପକ୍ଷେ, ଏହା ସହରର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି।

ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା। ମିସନ୍ ରୋଡ ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୨୪ ବର୍ଷ ବୟସର ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍ ପଛରେ ବାନ୍ଧି ଦିଆଯାଇଥିଲା।

ବାଇକରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ। ଯୁବକଜଣକ ବାଇକ୍ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ। ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ବୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍ ନେଇଥିଲା। ୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’ ସ୍ଥାନୀୟ ଲୋକେ ଏହାର ପ୍ରତିରୋଧ କରିଥିଲେ। ମାତ୍ର, ‘ଆମ ଟଙ୍କା ଫେରାଇ ଦିଅ, ଆମେ ତାକୁ ଛାଡି ଦେବୁ, ନହେଲେ ହଟିଯାଅ’ ବୋଲି କହି ଦୁଇ ଯୁବକ ମାରଣାସ୍ତ୍ର ଦେଖାଇଥିଲେ। ଫଳରେ, ଲୋକମାନେ ଭୟଭୀତ ଅବସ୍ଥାରେ ଦୂରେଇ ଯାଇଥିଳେ। ଏହାପରେ, ସମ୍ପୃକ୍ତ ଯୁବକଙ୍କୁ ସେମିତି ଦୌଡ଼ାଇ ଦୌଡ଼ାଇ ଓଡ଼ିଆବଜାର ଆଡ଼କୁ ନେଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ଯୁବକଙ୍କୁ ବାନ୍ଧି ନେଉଥିବା ବାଇକ୍ର ନମ୍ବର ପ୍ଲେଟ୍ ଅଧା ଭାଙ୍ଗିଯାଇଥିବା କିଛି ସ୍ଥାନୀୟ ଲୋକ କହିଛନ୍ତି।
ଟଙ୍କା ନଦେବାରୁ ଜଣେ ଯୁବକଙ୍କୁ ଏପରି ଅମାନୁଷିକ ଦଣ୍ଡ ଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିବା ସହ ବିଚଳିତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।