ଅପରାଧ ରାଜ୍ୟ

ଯୁବକଙ୍କୁ ନିର୍ମମ ହତ୍ୟା, ଶୋଇଥିବା ବେଳେ ମାରିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ୦୪।୦୮: ଯୁବକଙ୍କୁ ନିର୍ମମ ହତ୍ୟା । ଶୋଇଥିବା ବେଳେ ହତ୍ୟା କରିଥିବା ଅଭିଯୋଗ । ଜଙ୍କିଆ ଥାନା ମୋଟା ଗାଁରେ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ମୋଟା ଗାଁର ରଘୁନାଥ ମହାରଣା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

ଖବର ଅନୁଯାୟୀ, ମୋଟା ଗାଁର ରଘୁନାଥ ମହାରଣା ଘରର ଛାତ ଉପରେ ଶୋଇଥିଲେ । ଏହି ସମୟରେ କେହି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଛି । ଛାତ ଉପରେ ରଘୁନାଥଙ୍କ ରକ୍ତଜୁଡୁବୁଡୁ ମୃତଦେହ ପଡିରହିଛି । ତେବେ ଏଭଳି ବିଭତ୍ସ ଭାବେ କିଏ ହତ୍ୟା କଲା କାହିଁକି । ସେନେଇ ଖୋଲତାଡ଼ ଚାଲିଛି । ଏଭଳି ଘଟଣା ପରେ ପୁରା ଅଞ୍ଚଳରେ ଆଲୋଡ଼ନା ସୃଷ୍ଟି ହୋଇଯାଇଛି । ସେପଟେ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତଦେହକୁ ଜବତ ମଧ୍ୟ କରିଛି ଜଙ୍କିଆ ପାେଲିସ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।