ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ: ‘ନାରୀର ବିକାଶ ବିନା ସମାଜର ବିକାଶ ଅସମ୍ଭବ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍‌ ଶାନ୍ତନୁ ଆଚାର୍ଯ୍ୟ ଯୋଗଦେଇ କହିଥିଲେ, ପ୍ରତିଟି ପୁରୁଷଙ୍କ ଜୀବନରେ ନାରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମୁଖ୍ୟବକ୍ତା ସାହିତ୍ୟିକ ସହଦେବ ସାହୁ କହିଥିଲେ, ସମାଜରେ ନାରୀମାନଙ୍କ ଭୂମିକା ବହୁମୁଖୀ ହୋଇଥିଲେ ହେଁ ଆର୍ଥିକ ମାନଦଣ୍ଡ ଦୃଷ୍ଟିରୁ ତାଙ୍କୁ ବିଚାରକୁ ନିଆଯାଉ ନଥିବାରୁ ସମାଜର ବିଶେଷ ଅଭିବୃଦ୍ଧି ହେଉନାହିଁ। ନାରୀର ବିକାଶ ବିନା ସମାଜର ବିକାଶ ଅସମ୍ଭବ। ସମ୍ମାନିତ ଅତିଥି ସ୍ୱାଧୀନତା ସଂଗ୍ରାମୀ କ୍ରିଷ୍ଣା ମହାନ୍ତି ସାହିତ୍ୟ ସମାଜ ପରିବର୍ତ୍ତନର ମାଧ୍ୟମ ବୋଲି କହିଥିଲେ। ସମ୍ମାନିତ ବକ୍ତା ଡାକ୍ତର ସରୋଜିନୀ ଷଡ଼ଙ୍ଗୀ କହିଥିଲେ, ନାରୀମାନେ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ଓ ଅକଳନୀୟ ଶକ୍ତି ବଳରେ ସମାଜ ସମୃଦ୍ଧ କରି ଶାନ୍ତିର ଚାବିକାଠି ହୋଇପାରିବେ ବୋଲି କହିଥିଲେ।

ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାଧୀନତା ସଂଗ୍ରାମୀ କ୍ରିଷ୍ଣା ମହାନ୍ତି, ସାହିତ୍ୟିକା ତୁଳସୀ ଓଝା, ‘ତୀରତରଙ୍ଗ’ ସମ୍ପାଦିକା ବନ୍ଦନା ମିଶ୍ର ଓ ପଟ୍ଟଚିତ୍ର ଶିଳ୍ପୀ ସୌଦାମିନୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ‘ଯୁଗଶ୍ରୀ ଯୁଗନାରୀ’ର ମହିଳା ବିଶେଷାଙ୍କ ମାର୍ଚ୍ଚ-୨୦୨୩ ସଂଖ୍ୟା ଉନ୍ମୋଚିତ ହୋଇଥିଲା।

ସହସମ୍ପାଦିକା ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ମୀନାକ୍ଷୀ ପଣ୍ଡା, ସୁଷମା ମିଶ୍ର, ଗାୟତ୍ରୀ କର, ମୀରା ବେଉରା ଓ ବସନ୍ତ ପ୍ରଧାନ ସଭା ପରିଚାଳନା କରିଥିଲେ। ଶେଷରେ, ସବିତାରାଣୀ ବେହେରା ଧନ୍ୟବାଦ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।