ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୩ ବାଣିଜ୍ୟ ପ୍ରଶ୍ନପତ୍ର ଲିକ୍‌ ଘଟଣା, ରଣପୁର କଲେଜରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ

ରଣପୁର,୩୦/୦୯: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର କଲେଜରେ ଗୁରୁବାର ଯୁକ୍ତ ୩ ବାଣିଜ୍ୟ ବିଭାଗ ଦ୍ୱିତୀୟ ବର୍ଷ ୪ର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିବା ବେଳେ ଏକ ବିଷୟର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି । ଲିକ୍‌ ହୋଇଥିବା ବିଷୟରେ ଶୁକ୍ରବାର ପରୀକ୍ଷା ହେବାକୁ ଥିବା ବେଳେ ଏହି ପରୀକ୍ଷା ହେବ କି ନାହିଁ ସେ ନେଇ ଅଚଳାବସ୍ଥା ଦେଖାଦେଇଛି । ନୂଆ ପ୍ରଶ୍ନପତ୍ରକୁ ନେଇ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ରଣପୁର କଲେଜରେ ସକାଳ ୯ଟାରେ ଯୁକ୍ତ ୩ ବାଣିଜ୍ୟ ବିଭାଗ ଦ୍ୱିତୀୟ ବର୍ଷ ୪ର୍ଥ ସେମିଷ୍ଟାର ପରୀକ୍ଷାରେ ଜିଏସ୍‌ଟି ବିଷୟରେ ପରୀକ୍ଷା ହେବାର ଥିଲା । ନିର୍ଦ୍ଧାରିତ ସମୟରେ ଉତ୍ତର ଖାତା ପ୍ରଦାନ କରାଯାଇଥିଲା । ପରେ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଜିଏସ୍‌ଟି ପ୍ରଶ୍ନପତ୍ର ବଦଳରେ ଛାତ୍ରଛାତୀଙ୍କୁ ଫଣ୍ଡାମେଣ୍ଟାଲ ଅଫ୍‌ ଡାଟା ମ୍ୟାନେଜମେଣ୍ଟର ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା । ଏହି ବିଷୟର ପରୀକ୍ଷା ଶୁକ୍ରବାର ହେବାର ଥିଲା । ସଙ୍ଗେସଙ୍ଗେ ପରୀକ୍ଷା ହଲ୍‌ରେ ଉପସ୍ଥିତ ଅଧ୍ୟାପିକା ପ୍ରଶ୍ନପତ୍ରଗୁଡ଼ିକୁ ନେଇଯାଇଥିଲେ । ପରେ ଜିଏସ୍‌ଟି ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା ।

ଏ ସମ୍ପର୍କରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେମାନେ ପ୍ରଶ୍ନପତ୍ର ଲିକ୍‌କୁ ସ୍ୱୀକାର କରିଛନ୍ତି । ପରେ କଲେଜ ତରଫରୁ ସିସିଟିଭି ଫୁଟେଜ୍‌ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଯାଇଛି । ଏ ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଶରତ ମାଝୀ କହିଛନ୍ତି, ପରୀକ୍ଷାରେ କିଛି ଅସୁବିଧା ପାଇଁ ସବୁବେଳେ ବ୍ୟାକ୍‌ଅପ୍‌ ବ୍ୟବସ୍ଥା ଥାଏ । ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଫଣ୍ଡାମେଣ୍ଟାଲ୍‌ ଅଫ୍‌ ଡାଟା ମ୍ୟାନେଜ୍‌ମେଣ୍ଟ ପରୀକ୍ଷା କରାଯିବ । ଏହାର ନୂଆ ସେଟ୍‌ ହୋଇଛି । ସେହି ହିସାବରେ ପିଲା ପରୀକ୍ଷା ଦେବେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି