ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣା, ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର ୨୭।୦୧: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଧାରଣା ଓ ବିକ୍ଷୋଭ । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।

ଖବର ଅନୁଯାୟୀ,ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦେଖି ଯୁକ୍ତ ପରୀକ୍ଷା ବାତିଲ ନେଇ ଦାବି କରିଛି ଯୁକ୍ତ ଦୁଇ ଛାତ୍ର ସଂଘ। ବର୍ଷର ଅଧିକାଂଶ ସମୟ ପାଇଁ ପାଠ ପଢା ବନ୍ଦ ରହିଥିଲେ । ତେଣୁ ପରୀକ୍ଷା କଲେ ପିଲାଙ୍କ ପାଇଁ ଅସୁବିଧା ହୋଇପାରେ । ଛାତ୍ର ଛାତ୍ରୀ ମାନେ ୬ ମାସରୁ କମ୍ ସମୟ ମଧ୍ୟରେ ପୁରା ୧ ବର୍ଷର ପାଠ୍ୟକ୍ରମକୁ କଭର୍ କରିଛନ୍ତି |

ଏପିରିକି ରାଜ୍ୟର ଅଧିକାଂଶ ଛାତ୍ର ମଧ୍ୟବିତ୍ତ ପରିବାରର ଅଟନ୍ତି । ସବୁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା ବେଳେ ଆଉ କାହା ପାଖରେ ଇଣ୍ଟରନେଟ୍‌ର ସୁବିଧା ମଧ୍ୟ ନାହିଁ । ଅନଲାଇନ୍ କ୍ଲାସ୍ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ପରୀକ୍ଷା ବାତିଲ କରାଯାଇ କ୍ୱାର୍ଟର ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏପରି ଦାବି ନେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ରାଜ୍ୟର ବିଭିନ୍ନ ଯୁକ୍ତ କଲେଜର ଛାତ୍ରଛାତ୍ରୀମାନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।କ୍ୱାଟର ପରୀକ୍ଷା ଆଧାରରେ ମାର୍କ ଦିଆଯାଉ ବୋଲି ଯୁକ୍ତ ଛାତ୍ର ସଂଘ ଦାବି କରିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି