ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା: ୨୪ରୁ ପଠାଯିବ ପ୍ରାକ୍ଟିକାଲ ପ୍ରଶ୍ନପତ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ରକୁ ଆବଶ୍ୟକ କାଗଜପତ୍ର ପଠାଯିବ। ଜାନୁଆରି ୨୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରାକ୍ଟିକାଲ ପ୍ରଶ୍ନପତ୍ର, ଉତ୍ତର ଖାତା ଓ ଅନ୍ୟାନ୍ୟ କାଗଜପତ୍ର ପହଞ୍ଚିବାକୁ ଥିବା ବେଳେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷା କେନ୍ଦ୍ର ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କୁ ପରିଷଦ ପକ୍ଷରୁ କୁହାଯାଇଛି।

ଜାନୁଆରି ୨୪ରୁ ୨୯ ମଧ୍ୟରେ ସାମଗ୍ରୀଗୁଡ଼ିକ ନେଇ ପରିଷଦର କର୍ମଚାରୀମାନେ ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରେ ପହଞ୍ଚି ପାରନ୍ତି। ଏପରିକି ନିୟମିତ ଅଫିସ୍‌ ସମୟ ବାହାରେ ବି ପହଞ୍ଚିବାର ସମ୍ଭାବନା ଥିବାରୁ ସେଗୁଡ଼ିକୁ ଭଲ ଭାବେ ଯାଞ୍ଚ ଓ ଗଣତି କରି ରଖିବାକୁ କୁହାଯାଇଛି। ଯଦି କୌଣସି ସାମଗ୍ରୀ ନିଅଣ୍ଟିଆ ଥିବ, ତେବେ ସଙ୍ଗେସଙ୍ଗେ ଏନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରିପାରିବେ। ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକୁ ସିସିଟିଭି ନଜରରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିବା ଦିଗରେ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ତଥା କଲେଜ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବେ। ପରୀକ୍ଷା ସରିବାର ଗୋଟିଏ ମାସ ପର୍ଯ୍ୟନ୍ତ ସମସ୍ତ ପ୍ୟାକିଂ ସାମଗ୍ରୀକୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ସାଇତି ରଖିବାକୁ ପରାମର୍ଶ ଦିଆଯାଇଛି। ଟ୍ୟାଗ୍‌ ଶିକ୍ଷାନୁଷ୍ଠାନ ହୋଇଥିଲେ, ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ଜ୍ଞାତସାରରେ ପ୍ରାକ୍ଟିକାଲ ପ୍ରଶ୍ନପତ୍ର, ଖାଲି ଉତ୍ତର ଖାତା ଓ ମାର୍କ ଫଏଲ୍‌ ହସ୍ତାନ୍ତର କରାଯିବ। ପରିଷଦ ପକ୍ଷରୁ ପଠାଯାଇଥିବା ଚିଠିକୁ ଭଲ ଭାବେ ପଢ଼ି ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷା ଦାୟିତ୍ବରେ ଥିବା ଅଧିକାରୀ/ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି