ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ପରୀକ୍ଷା ପାଇଁ ଗଢ଼ା ହେଲା ସ୍କ୍ବାଡ୍‌

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ ହୋଇଛି। କେନ୍ଦ୍ରୀୟ ଜୋ‌ନ୍‌ ସ୍କ୍ବାଡ୍‌ରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଉଚ୍ଚ ମା‌ଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ବାଡ୍‌ର ସଦସ୍ୟ ଭାବେ ମନୋନିତ କରାଯାଇଛି। ଯେଉଁମାନେ ସ୍କ୍ବାଡ୍‌ରେ ରହିଛନ୍ତି ସେମାନଙ୍କୁ ସମ୍ପୃକ୍ତ କଲେଜ କର୍ତୃପକ୍ଷ ଆସନ୍ତା ୨୬ ତାରିଖ ସୁଦ୍ଧା ରିଲିଭ୍‌ କରିବାକୁ ନିର୍ଦେଶ ‌ଦିଆଯାଇଛି। ଏଥିସହ କେନ୍ଦ୍ରୀୟ ଜୋନ୍‌ର ସ୍କ୍ବାଡ୍‌ ସଦସ୍ୟମାନେ ସିଧାସଳଖ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବଂ ବାକି ତିନୋଟି ଜୋନ୍‌ର ସଦସ୍ୟମାନେ ନିଜ ନିଜ ଜୋନ୍‌ରେ ୨୭ ତାରିଖ ସୁଦ୍ଧା ରିପୋର୍ଟିଂ କରିବାକୁ କୁହା‌ଯାଇଛି। ସେହିପରି ନିଜ ସମ୍ପର୍କିୟ ପରୀକ୍ଷା ଦେଉଥିବାରୁ ୨୨ଟି ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତନ କରାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି