ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା କେବେ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର : କେବେ ହେବ ଯୁକ୍ତ୨ ପରୀକ୍ଷା? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା ନେଇ ଘୋଷଣା ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଛି। ରାଜ୍ୟରେ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଅଫଲାଇନ କିମ୍ବା ଅନଲାଇନ ମୋଡରେ ପରୀକ୍ଷା କରିବା ନେଇ ବିଭିନ୍ନ ଅଂଶୀଦାରଙ୍କସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛି ସିଏଚଏସଇ। ସେଥିରେ ଅଫଲାଇନ ମୋଡରେ ପରୀକ୍ଷା କରିବାକୁ ଅଧିକାଂଶ ମତ ଆସିଥିବା ସୂଚନା ମିଳିଛି।

ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ପରୀକ୍ଷା ନୀତି ପ୍ରଚଳନ କରିଛି ସିଏଚଏସଇ। ପ୍ରଥମ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ଓ ଗୋଟିଏ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷା କଲେଜ ପକ୍ଷରୁ କରାଯାଇଥିଲା। କ୍ୱାର୍ଟର ଏଣ୍ଡ ପରୀକ୍ଷା ପ୍ରଶ୍ନରେ ପାଠ୍ୟକ୍ରମର ପୁନରାବୃତ୍ତି ହୋଇନଥିଲା ବେଳେ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷାରେ ପ୍ରଥମ ବର୍ଷର ସମସ୍ତ ପାଠ୍ୟକ୍ରମ ଉପରେ ପ୍ରଶ୍ନ ଆସିଥିଲା। ସେହିଭଳି ଦ୍ୱିତୀୟ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ପରୀକ୍ଷା ଏବଂ ଶେଷ ଟର୍ମ ଏଣ୍ଡ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମରେ ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କରିଛି ସିଏଚଏସଇ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି