ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା: ଏଥର ୨୦୨ ହବ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍‌ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ୨୦୧ଟି କଲେଜରେ ହବ୍‌ ହୋଇଥିବା ବେଳେ ଗୋଟିଏ ସବ୍‌-ଟ୍ରେଜେରି କାର୍ଯ୍ୟାଳୟରେ ହବ୍‌ କରାଯାଇଛି। ପରୀକ୍ଷା ହବ୍‌ଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ, ଡିଗ୍ରି କଲେଜ, ସ୍ବୟଂଶାସିତ କଲେଜରେ ହୋଇଛି। ଏଥିସହ ରାୟଗଡ଼ା ଜିଲ୍ଲା କେଶିଙ୍ଗା ସବ୍‌-ଟ୍ରେଜେରି କାର୍ଯ୍ୟାଳୟରେ ପରୀକ୍ଷା ପରିଚାଳନା ହବ୍‌ କରାଯିବ। ଗୋଟିଏ ହବ୍‌ ଅଧୀନରେ ନିକଟସ୍ଥ ୫ରୁ ଅଧିକ ‌ପରୀକ୍ଷା କେନ୍ଦ୍ର ରହିବ।
ଗଞ୍ଜାମରେ ସର୍ବାଧିକ ୧୬ଟି ହବ୍‌ ହୋଇଥିବା ବେଳେ କଟକରେ ୧୪, ଖୋର୍ଦ୍ଧାରେ ୧୨, ବାଲେଶ୍ବରରେ ୧୧, ମୟୂରଭଞ୍ଜ ଓ ବଲାଙ୍ଗୀରରେ ୯, ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୮ଟି ଲେଖାଏ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କଳାହାଣ୍ଡି, ପୁରୀ ଓ ଜଗତ୍‌ସିଂହପୁରରେ ୭ଟି ଲେଖାଏ, ସମ୍ବଲପୁର ଓ କୋରାପୁଟରେ ୬ଟି ଲେଖାଏ, ଫୁଲବାଣୀ, ନୟାଗଡ଼, ରାୟଗଡ଼ା, ସୋନପୁର ଓ ଭଦ୍ରକରେ ୫ଟି ଲେଖାଏ, ଗଜପତିରେ ୪, ମାଲକାନଗିରି, ନବରଙ୍ଗପୁର, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ାରେ ୩ଟି ଲେଖାଏ ଏବଂ ଦେବଗଡ଼ରେ ୨ଟି ହବ୍‌ କରାଯାଇଛି। ଉକ୍ତ ହବ୍‌ଗୁଡ଼ିକରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ରହିବ। ଇଏମ୍‌ଏଚ୍‌ରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ପଠାଯିବ। ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିବେ। ପରୀକ୍ଷା ସରିବା ପରେ ହବ୍‌ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରିବେ ଏବଂ ସେଗୁଡ଼ିକୁ ନିର୍ଦ୍ଧାରିତ କଲେଜକୁ ମୂଲ୍ୟାୟନ ଲାଗି ପଠାଇବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ସମସ୍ତ ପ୍ରଶ୍ନପତ୍ର ହବ୍‌ ଦ୍ବାରା ପରିଚାଳିତ ହେବ। ସମସ୍ତ ହବ୍‌ରେ ସିସିଟିଭି ସୁନିଶ୍ଚିତ କରିବାକୁ ଦାୟିତ୍ବରେ ରହିଥିବା ଅଧୀକ୍ଷକମାନଙ୍କୁ ପରିଷଦ ପକ୍ଷରୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।