ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା ଆରମ୍ଭ, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ଉପରକୁ ଫୁଲ ବର୍ଷା ହେଉଥିଲା। ମୁଣ୍ଡରେ ଚନ୍ଦନ ଲଗାଯିବା ସହ ବନ୍ଦାପନା କରି ପରୀକ୍ଷା କେନ୍ଦ୍ରକୁ ପୋଛୋଟି ନେଉଥିଲେ ଜୁନିଅର ଛାତ୍ରଛାତ୍ରୀ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା କ୍ଷଣି କିଏ ପ୍ରବେଶ ପଥରେ ମୁଣ୍ଡିଆ ମାରୁଥିଲେ ତ ଆଉ କିଏ ବହି ଖାତା ବାହାରେ ରଖି ପ୍ରବେଶ କରୁଥିଲେ। ଅଧ୍ୟାପକ ଅଧ୍ୟାପିକା ମଧ୍ୟ ପ୍ରବେଶ ପଥରେ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲେ। କୌଣସି ପରୀକ୍ଷାର୍ଥୀ ଯେପରି ସାଙ୍ଗରେ କପି ନେଇ ଭିତରକୁ ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁତ୍ୱ ବହନ କରୁଥିବା ଯୁକ୍ତ୨ ଥିଓରି ପରୀକ୍ଷାର ପ୍ରଥମ ଦିନରେ ଆଜି ସାରା ରାଜ୍ୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା। ପ୍ରଥମ ଦିନରେ ୫ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛିନ୍ତି। ବାରିପଦା ଓ ବ୍ରହ୍ମପୁର ଜୋନ୍‌ରୁ ୨ଜଣ ଲେଖାଏ ଧରାପଡ଼ିଥିବା ବେଳେ ସମ୍ବଲପୁର ଜୋନ୍‌ରେ ଜଣେ ପରୀକ୍ଷାର୍ଥୀ ମାଲ୍‌ ପ୍ରାକ୍ଟିସ ହୋଇଛନ୍ତି।

ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପରୀକ୍ଷା ଦେଉଥିଲେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ଭୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଦୁଇ ଦିନ ହେଲା ୟୁଟ୍ୟୁବ୍‌ରେ ପ୍ରସାରିତ ଏକ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ ଚିନ୍ତିତ ଥିଲେ। ମାତ୍ର ଆଜି ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ଦେଇ ଫେରିବା ପରେ ସମ୍ପୃକ୍ତ ଭିଡିଓଟି ସମ୍ପୂର୍ଣ୍ଣ ଗୁଜବ ବୋଲି ପରୀକ୍ଷାର୍ଥୀ କହିଛନ୍ତି। ଅନ୍ୟପକ୍ଷରେ ୟୁଟ୍ୟୁବ୍‌ରେ ଘୂରି ବୁଲିଥିବା ପ୍ରଶ୍ନପତ୍ରକୁ ନେଇ ପରି‌ଷଦ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଲାଗି ଆଗୁଆ ସତର୍କ ସୂଚନା ଜାରି କରାଯାଇଥିଲା। ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର କହିଥିଲେ ଯେ ପରୀକ୍ଷାରେ ସ୍ବଚ୍ଛତା, ନିରପେକ୍ଷତା ଓ ପବିତ୍ରତା ଅବଲମ୍ବନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି।

 

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ପୂର୍ବାହ୍ନରେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ। ମନ୍ତ୍ରୀ କହିଛନ୍ତି ‌ଯେ ପ୍ରଥମ ଦିନ ସାରା ରାଜ୍ୟରେ ସୁରୁଖୁରୁରେ ପରୀକ୍ଷା ସରିଛି। କୌଣସି ସ୍ଥାନରେ ପ୍ରଶ୍ନପତ୍ର ଲିକ୍‌ ହୋଇ ନାହିଁ। ସାମାଜିକ ଗଣମାଧ୍ୟମରେ ନକଲି ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ସାଇବର ଥାନାରେ ଏତଲା ଦିଆଯାଇଛି। ଯେଉଁ ବ୍ୟକ୍ତି ପ୍ରଶ୍ନପତ୍ର ଭାଇରାଲ୍‌ କରିଥିଲେ ସେ ଇତିମଧ୍ୟରେ ତାହାକୁ ଡିଲିଟ୍‌ କରି ଦେଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା କରାଯାଉଛି। ଜୋନ୍‌ ଓ ଜିଲ୍ଲାସ୍ତରରେ ସ୍କ୍ବାଡ୍‌ ଗଠନ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।